Odisha Link
Bridging the Missing Links in Odisha

ହଟିଲା କଟକଣା, ୨ ବର୍ଷ ପରେ ଅନ୍ତର୍ଜାତୀୟ ଉଡ଼ାଣକୁ ସବୁଜ ସଙ୍କେତ

ଓଏଲ୍‌ ବ୍ୟୁରୋ: ଦେଶରେ କମିବାରେ ଲାଗିଛି କରୋନା ସଂକ୍ରମଣ। ପୂର୍ବପରି ଦେଶରେ ଆଉ ନାହିଁ ସଂକ୍ରମଣ। ଏସବୁକୁ ନଜରରେ ରଖି କେନ୍ଦ୍ର ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି। ଯାହାଫଳରେ ୨ ବର୍ଷ ପରେ ପୁଣି ଥରେ ସ୍ବଭାବିକ ହେବାକୁ ଯାଉଛି ଅନ୍ତର୍ଜାତୀୟ ବିମାନ ଉଡ଼ାଣ।

ମାର୍ଚ୍ଚ ୨୭ ତାରିଖରୁ ଭାରତରେ ଅନ୍ତର୍ଜାତୀୟ ଉଡ଼ଡ଼ାଣକୁ ସ୍ବାଭାବିକ କରିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର। ଏହା ପୂର୍ବରୁ ଫେବ୍ରୁଆରୀ ୨୮ରେ ଡିଜିସିଏ ନିୟମିତ ବାଣିଜ୍ୟିକ ଅନ୍ତରାଷ୍ଟ୍ରୀୟ ଯାତ୍ରୀ ଉଡାଣ ଉପରେ କଟକଣାକୁ ବଢାଇଥିଲେ।

ସୂଚନାଯୋଗ୍ୟ, ମହାମାରୀ କରୋନା ପରଠୁ ଏୟାର ବବଲ ବ୍ୟବସ୍ଥା ମାଧ୍ୟମରେ ବିମାନ ଉଡ଼ାଣ ଭରୁଥିଲା। ଏବେ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାହାରିନ, ବାଂଲାଦେଶ, ଭୂଟାନ, କାନାଡା, ଇଣ୍ଡୋନେସିଆ, ଫିନଲ୍ୟାଣ୍ଡ, ଫ୍ରାନ୍ସ, ଜର୍ମାନୀ, ଇରାକ୍, ଜାପାନ, କଜାକିସ୍ତାନ, କେନିଆ,ଆମେରିକା ଓ ଆଉ କିଛି ଦେଶ ସହିତ ଏୟାର ବବଲ ବୁଝାମଣା ସ୍ବାକ୍ଷର କରିଛି ଭାରତ। ଯାହାଫଳରେ ଅନ୍ତର୍ଜାତୀୟ ବିମାନ ସେବାକୁ ସୁଫଳ ମିଳିପାରିବ।

Leave A Reply

Your email address will not be published.