Odisha Link
Bridging the Missing Links in Odisha

ନିର୍ବାଚନ ପାଇଁ ୩ ଦିନ ପରୀକ୍ଷା ବନ୍ଦ

ଓଏଲ୍‌ ବ୍ୟୁରୋ: ମାର୍ଚ୍ଚ ୨୪ ତାରିଖରେ ରାଜ୍ୟର ୧୦୬ଟି ମ୍ୟୁନିସିପାଲିଟି ଓ ଏନଏସି ସହିତ ୩ ମହାନଗରରେ ହେବ ଭୋଟ୍‌ ଗ୍ରହଣ। ଏହାକୁ ନଜରରେ ରଖି ମାର୍ଚ୍ଚ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ କଲେଜ ଗୁଡ଼ିକରେ କୌଣସି ପରୀକ୍ଷା ନ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ ଯୁକ୍ତ ୩ କଲେଜ ଗୁଡ଼ିକୁ ଚିଠି କରାଯାଇଛି। ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଉଚ୍ଚଶିକ୍ଷା ବିଭାଗ ଏହି ଚିଠି କରିଛି।

ମାର୍ଚ୍ଚ ୨୪ ତାରିଖରେ ରାଜ୍ୟରେ ପୌର ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହି ସମୟରେ ରାଜ୍ୟର କେତେକ ବିଶ୍ୱବିଦ୍ୟାଳୟ ସେମାନଙ୍କ ଅଧୀନରେ ଥିବା ଯୁକ୍ତ ୩ କଲେଜ ଗୁଡ଼ିକ ପାଇଁ ୫ମ ସେମିଷ୍ଟରର ପରୀକ୍ଷା କରିବାକୁ ପୂର୍ବରୁ ନୋଟିସ୍ ଦେଇଥିଲେ। ଏ ସଂପର୍କରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟ ନିର୍ବାଚନ କମିଶନଙ୍କୁ ଅବଗତ କରାଯାଇଥିଲା।

ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପ୍ରକାରେ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ କୌଣସି ପରୀକ୍ଷା ନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହା ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ ଯୁକ୍ତ ୩ କଲେଜର ଅଧ୍ୟକ୍ଷମାନଙ୍କୁ କୁହାଯାଇଛି।

Leave A Reply

Your email address will not be published.