୬୪୧୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଆଜି

ଓଏଲ୍ ବ୍ୟୁରୋ: ଆଜି ପୌର ନିର୍ବାଚନ। ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମୋଟ୍ ୧୦୯ଟି ସହରାଞ୍ଚଳରେ ଥିବା ୪,୩୭୩ଟି ବୁଥରେ ୪୦.୫୫ ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଆଉ ମାତ୍ର କିଛି ସମୟର ଅପେକ୍ଷା ପରେ ଆରମ୍ଭ ହେବ ମତଦାନ ପ୍ରକ୍ରିୟା।
୫୬୯ ଜଣ ମେୟର ଓ ଅଧ୍ୟକ୍ଷ ପଦବୀ ସମେତ ମୋଟ୍ ୬୩୪୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ୬୧ଟି ୱାର୍ଡରେ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବ ବେଳେ ୩ଟି ୱାର୍ଡରେ କେହି ପ୍ରାର୍ଥିପତ୍ର ଦାଖଲ କରିନାହାନ୍ତି। ନିର୍ବାଚନ ପାଇଁ ପୁଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ରାଜ୍ୟ ନିର୍ବାଚନ କମିଶନରଙ୍କ ସୂଚନା ଅନୁଯାୟୀ, ସମସ୍ତ ବୁଥରେ ପୁଲିଂ ପାର୍ଟି ପହଞ୍ଚି ସାରିଛନ୍ତି। ନିର୍ବାଚନରେ ମୋଟ ୨୨ହଜାର ପୁଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ପ୍ରତ୍ୟେକ ମତଦାନ କେନ୍ଦ୍ରରେ ୪ଜଣ ପୁଲିଂ ଅଫିସର ରହିବେ। ଚଳିତଥର ପୌର ନିର୍ବାଚନ ଇଭିଏମ୍ ମେସିନ୍ ମାଧ୍ୟମରେ ହେବ।
ମୋଟ ୬୧ଟି ୱାର୍ଡରେ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବାବେଳେ ୩ଟି ପୌରାଂଚଳରେ ୩ ଟି ୱାର୍ଡରେ କେହି ପ୍ରାର୍ଥିପତ୍ର ଦାଖଲ କରିନାହାନ୍ତି । ତେଣୁ ଏସବୁ ଆସନ ବ୍ୟତୀତ ବାକି ଆସନଗୁଡ଼ିକରେ ମତଦାନ ହେବ । ୧୦୬ଟି ପୌର ପରିଷଦ ଓ ଏନଏସିର ମୋଟ ୧୬୭୨ଟି ୱାର୍ଡରେ ୨୯୮୯ଟି ବୁଥ୍ ଓ ୩ଟି ମହାନଗର ନିଗମର ୧୬୫ଟି ୱାର୍ଡରେ ୧୩୮୪ଟି ବୁଥରେ ମତଦାନ ହେବ ।