ଚିଲିକାରେ ପୁଣି ବୁଡ଼ିଲା ଡଙ୍ଗା: ଜଣଙ୍କର ମିଳୁନି ପତ୍ତା, ୧୧ ଉଦ୍ଧାର
ଡଙ୍ଗାରେ ସମୁଦାୟ ୧୨ ଜଣ ଯାତ୍ରୀ ରହିଥିଲେ। ଡଙ୍ଗା ଦୁର୍ଘଟଣା ହେବାରୁ ସମସ୍ତ ଯାତ୍ରୀ ବୁଡିଯାଇଥିଲେ। ୧୧ ଜଣ ଉଦ୍ଧାର ହୋଇଥିବା ବେଳେ ଜଣେ ବ୍ୟକ୍ତି ଏବେବି ନିଖୋଜ ଅଛନ୍ତି

ଓଏଲ୍ ବ୍ୟୁରୋ: ପୁଣିଥରେ ଚିଲିକାରେ ବୁଡ଼ିଲା ଡଙ୍ଗା। ମଝି ଦରିଆରେ ବୁଡିଗଲା ଯାତ୍ରୀବାହୀ ଡଙ୍ଗା। କାଳବୈଶାଖୀ ଜନିତ ପ୍ରବଳ ବର୍ଷା ଓ ପବନ ଯୋଗୁଁ ବୁଡ଼ିଗଲା ଡଙ୍ଗା। ମା’ କାଳିଜାଈ ଦର୍ଶନ ସାରି ଫେରୁଥିବା ବେଳେ ବୁଡିଗଲା ଡଙ୍ଗା। ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଥିବା ବେଳେ ୧୧ ଜଣ ଉଦ୍ଧାର ହୋଇଛନ୍ତି।
ମିଳିଥିବା ସୂଚନା ମୁତାବକ ସମସ୍ତ ଯାତ୍ରୀ ବାଲେଶ୍ୱର ଅଞ୍ଚଳର। ଡଙ୍ଗାରେ ସମୁଦାୟ ୧୨ ଜଣ ଯାତ୍ରୀ ରହିଥିଲେ। ଡଙ୍ଗା ଦୁର୍ଘଟଣା ହେବାରୁ ସମସ୍ତ ଯାତ୍ରୀ ବୁଡିଯାଇଥିଲେ। ୧୧ ଜଣ ଉଦ୍ଧାର ହୋଇଥିବା ବେଳେ ଜଣେ ବ୍ୟକ୍ତି ଏବେବି ନିଖୋଜ ଅଛନ୍ତି। ନିଖୋଜ ଥିବା ବ୍ୟକ୍ତିଙ୍କ ନାମ ରାଜେନ୍ଦ୍ର ଖୁଣ୍ଟିଆ ବୋଲି ସୂଚନା ରହିଛି।
ପର୍ଯ୍ୟଟକମାନେ କାଲିଜାଈଙ୍କ ଦର୍ଶନ କରି ଫେରୁଥିବା ବେଳେ ଅପରାହ୍ଣ ପ୍ରାୟ ୫ଟା ବେଳେ କାଳବୈଶାଖୀ ପବନ ଓ ବର୍ଷା। ଫଳରେ ଡଙ୍ଗାଟି ବାଲୁଗାଁ ଠାରୁ ପ୍ରାୟ ୪ କିଲୋମିଟର ଦୂର ଚଢ଼େଇଗୁହା ପାହାଡ଼ ନିକଟରେ ବୁଡ଼ି ଯାଇଥିଲା। ତେବେ ସମସ୍ତ ୮ ପର୍ଯ୍ୟଟକ ଲାଇଫ ଜ୍ୟାକେଟ୍ ପିନ୍ଧିଥିବା ଯୋଗୁ ପାଣିରେ ଭାସୁଥିଲେ।
ସେହିପରି ସେମାନଙ୍କ ସହ ଡଙ୍ଗାର ଚାଳକ, ତାଙ୍କ ସହାୟକ ଓ ଅନ୍ୟ ଜଣେ ସ୍ଥାନୀୟ ଲୋକ ରହିଥିଲେ। ସେମାନେ ପାଣିରେ ଭାସୁଥିବା ବେଳେ ବାଲୁଗାଁ ପୁଲିସ୍ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା। ବାଲୁଗାଁ ଡାକ୍ତରଖାନାରେ ସମସ୍ତ ପର୍ଯ୍ୟଟକଙ୍କୁ ଭର୍ତ୍ତି କରାଯାଇଥିଲା। ସେମାନେ ସମସ୍ତେ ସୁସ୍ଥ ଅଛନ୍ତି।
Great and fast news no channel covered Yet , hopefully.