Odisha Link
Bridging the Missing Links in Odisha

କଶ୍ମୀରରେ ଟାର୍ଗେଟ କିଲିଂ: ୫ ବର୍ଷରେ ଗଲାଣି ୨୮ ପ୍ରବାସୀ ଶ୍ରମିକଙ୍କ ଜୀବନ

ଓଏଲ୍‌ ବ୍ୟୁରୋ: ପୁଣିଥରେ ଅଶାନ୍ତ ଜମ୍ମୁ-କଶ୍ମୀର।ଚାଲିଗଲା ଆଉ ଜଣେ ଅଣ କାଶ୍ମୀରୀଙ୍କ ଜୀବନ। ବାନ୍ଦିପୋରା ଜିଲ୍ଲାର ସଦୁନାରା ଗାଁରେ ଜଣେ ପ୍ରବାସୀ ଶ୍ରମିକଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି ଆତଙ୍କୀ। ମୃତକ ଶ୍ରମିକ ଜଣକ ବିହାରର ମଧେପୁର ଜିଲ୍ଲାର ବୋଲି ସୂଚନା ରହିଛି। ଯାହାଙ୍କ ନାମ ମୋହମ୍ମଦ ଅମରେଜ (୧୯)। ଏଭଳି ଘଟଣା ପରେ ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଆକ୍ରମଣକାରୀଙ୍କୁ ଗିରଫ କରିବା ପାଇଁ ନାକାବନ୍ଦୀ କରିଛି।

ଆକ୍ରମଣକାରୀ ପ୍ରବାସୀ ଶ୍ରମିକଙ୍କୁ ଗୁଳି ମାରି ଆହତ କରିଦେଇଥିଲେ। ଶ୍ରମିକ ଜଣଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ ହୋଇଥିଲା ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ଅପରପକ୍ଷେ ମୃତ ଅମରେଜଙ୍କ ଭାଇ ଗଣମାଧ୍ୟମକୁ କହିଛନ୍ତି, ଆମେ ଦୁଇ ଭାଇ ଶୋଇଥିଲୁ। ହେଲେ ଅମରେଜ ମୋତେ ଉଠେଇ କହିଥିଲା ଫାୟାରିଂ ହେଉଛି। ତ ମୁଁ ତାକୁ କହିଥିଲି ଏମିତି ସବୁବେଳେ ହୁଏ ତୁ ସୋଇ ଯା। ପରେ ମୁଁ କିଛି ସମୟ ପରେ ଉଠି ଦେଖିଲା ବେଳକୁ ଭାଇ ଶୋଇ ନଥିଲା। ମୁଁ ତାକୁ ଯେତେବେଳେ ଖୋଜିବାକୁ ବାହାରିଲି ରାସ୍ତାରେ ଦେଖିଲି ତାର ରକ୍ତ ଜୁଡୁବୁଡୁ ଶରୀର ପଡ଼ିଛି। ପରେ ମୁଁ ଯବାନଙ୍କୁ ଫୋନ୍‌ କରି ଭାଇକୁ ଡାକ୍ତରଖାନା ନେଇଥିଲି। ହେଲେ ସେଠାରେ ତାର ଜୀବନ ଚାଲିଗଲା।

୫ ବର୍ଷରେ ୨୮ ପ୍ରବାସୀଙ୍କୁ ହତ୍ୟା
ନିକଟରେ କେନ୍ଦ୍ର ସରକାର ସଂସଦରେ କହିଥିଲେ, ୨୦୧୭-ଜୁଲାଇ ୨୦୨୨ ପର୍ଯ୍ୟନ୍ତ ୨୮ ପ୍ରବାସୀ ଶ୍ରମିକଙ୍କୁ ଆତଙ୍କୀ ମାନେ ହତ୍ୟା କରିଛନ୍ତି। ସେମଧ୍ୟରୁ ସର୍ବାଧିକ ୭ ଜଣ ବିହାରର ବାସିନ୍ଦା ରହିଥିବା ବେଳେ ମହାରାଷ୍ଟ୍ରର ୨ ଓ ଝାଡ଼ଖଣ୍ଡର ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି।

Leave A Reply

Your email address will not be published.