Odisha Link
Bridging the Missing Links in Odisha

କିଏ ହେବ ଟ୍ବିଟର ସିଇଓ ? ଚର୍ଚ୍ଚାରେ ଶ୍ରୀରାମ

ଓଏଲ୍‌ ବ୍ୟୁରୋ: ସାରା ବିଶ୍ବରେ ଋଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ଯେତିକି ଚର୍ଚ୍ଚା ହେଉଛି ତାଠୁ ବେଶି ଅଧିକା ଚର୍ଚ୍ଚାରେ ରହିଛି ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ବିଟର। ପରାଗ ଅଗ୍ରଓ୍ବାଲଙ୍କ ପରେ କିଏ ହେବ ଟ୍ବିଟରର ନୂଆ ସିଇଓ ? ଯାହାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ଏସବୁ ମଧ୍ୟରେ ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ଏହି ପଦବୀ ମିଳିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଟ୍ବିଟରର ମାଲିକାନା ଏଲନ୍‌ ମସ୍କ ହାତେଇବା ପରେ କମ୍ପାନୀର ବଡ଼ ବଡ଼ ପଦବୀରେ ଥିବା ଅଧିକାରୀଙ୍କୁ ଏଲନ୍‌ ମସ୍କ ଚାକିରିରୁ ଛଟେଇ କରିଥିଲେ। ଏସବୁ ମଧ୍ୟରେ ଭାରତୀୟ ବଂଶୋଦ୍ଭବ ଶ୍ରୀରାମ କୃଷ୍ଣନଙ୍କୁ ନେଇ ଅସ୍ଥାୟୀ ଭାବେ କାର୍ଯ୍ୟକରୁଛନ୍ତି ଏଲନ୍‌ ମସ୍କ। କୃଷ୍ଣନ ୧୬ ଜେଡରେ ଜେନେରାଲ ପାର୍ଟନର ରହିଛନ୍ତି। ମସ୍କ ଟ୍ବିଟରରେ କରୁଥିବା ନବକଳେବରରେ ଶ୍ରୀରାମଙ୍କ ବୁଦ୍ଧି କାମ କରୁଥିବା ଜଣାପଡ଼ିଛି।

ଶ୍ରୀରାମ କ୍ରିଷ୍ଣନ ଜଣେ ଟେକ୍ନୋଲୋଜିଷ୍ଟ ଏବଂ ଇଞ୍ଜିନିୟର। ନୂଆ ନୂଆ ଷ୍ଟାର୍ଟଅପ୍‌ରେ ସେ ନିବେଶ କରିଛନ୍ତି। ଅକ୍ଟୋବର ୪ରେ ସେ ସିଡ୍‌ ରାଉଣ୍ଡ-ଲାସୋ ଲ୍ୟାବ୍ସରେ ନିବେଶ କରିଛନ୍ତି। ପୂର୍ବରୁ ସେ ଟ୍ବିଇଟର, ମେଟା ଏବଂ ମାଇକ୍ରୋସଫ୍ଟରେ ପ୍ରଡକ୍ଟ ଏବଂ ଇଞ୍ଜିନିୟରିଂ ଟିମ୍‌ର ନେତୃତ୍ୱ ନେଇସାରିଛନ୍ତି। ୧୬ ଜେଡରେ ଯୋଗ ଦେବାପୂର୍ବରୁ ଶ୍ରୀରାମ କୃଷ୍ଣନ ଟ୍ବିଟରରେ କାର୍ଯ୍ୟ କରୁଥିଲେ। ହୋମ୍‌ ଟାଇମଲାଇନ୍, ନ୍ୟୁ ୟୁଜର ଏକ୍ସପ୍ରିଏନ୍ସ, ସର୍ଚ୍ଚ, ଡିସ୍କଭରୀ ଓ ଅଡିଏନ୍ସ ଗ୍ରୋଥ୍‌ ଉପରେ କାର୍ଯ୍ୟ କରୁଥିଲେ।

ଶ୍ରୀରାମ କୃଷ୍ଣନ ଭାରତର ଚେନ୍ନାଇ ସହରର ଏନ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଶ୍ରୀରାମଙ୍କ ବାପା ଏକ ବୀମା କମ୍ପାନୀରେ କାର୍ଯ୍ୟ କରୁଥିଲେ ଓ ମା ଗୃହିଣୀ ଥିଲେ। ଚେନ୍ନାଇରେ ହିଁ ପାଠ ପଢ଼ିଥିଲେ ଶ୍ରୀରାମ। ଏହାପରେ ୨୦୦୫ ମସିହାରେ ଆମେରିକା ଚାଲିଯାଇଥିଲେ ଶ୍ରୀରାମ ଓ ମାଇକ୍ରୋସଫ୍ଟରେ କାର୍ଯ୍ୟ କରିଥିଲେ। ସେହି ସମୟରେ ଶ୍ରୀରାମଙ୍କ ବୟସ ମାତ୍ର ୨୦ ବର୍ଷ ଥିଲା।

Leave A Reply

Your email address will not be published.