Odisha Link
Bridging the Missing Links in Odisha

ପ୍ଲାଷ୍ଟିକ୍‌ କାରଖାନାରେ ନିଆଁ : ୨ ମୃତ, ୧୫ରୁ ଉର୍ଦ୍ଧ୍ବ ଆହତ

ଓଏଲ୍‌ ବ୍ୟୁରୋ: ନୂଆଦିଲ୍ଲୀର ନରେଲାରେ ଅଗ୍ନିକାଣ୍ଡ। ମଙ୍ଗଳବାର ସକାଳୁ ନରେଲାରେ ଥିବା ଏକ ପ୍ଲାଷ୍ଟିକ୍‌ କାରଖାନାରେ ହୋଇଛି ଭୀଷଣ ଅଗ୍ନିକାଣ୍ଡ। ଯାହାଫଳରେ ୨ ଜଣଙ୍କ ଜୀବନ ଘଟଣାସ୍ଥଳରେ ଚାଲିଯାଇଛି। ଆଉ କିଛି ଲୋକ ଗୁରୁତର ଆହତ ହୋଇଥିବା ସୂଚନା ରହିଛି। ଏଥିସହିତ ଆଉ କିଛି ଲୋକ କାରାଖାନା ଭିତରେ ଫସି ରହିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ପୁଲିସ୍‌ ସୂଚନା ଅନୁଯାୟୀ ସୁଦ୍ଧା ୨୦ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ୍‌କୁ ଚିକିତ୍ସା ପାଇଁ ପଠାଯାଇ ସାରିଲାଣି।

ପ୍ଲାଷ୍ଟିକ୍‌ କରଖାନାର ଦ୍ବିତୀୟ ମହଲାରେ ଏହି ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ କିଛଇ ଲୋକ ଫସି ରହିଥିବା ସନ୍ଦେହ କରାଯାଉଛି। ଆହତ ହୋଇଥିବା ୨୦ ଜଣଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି। ତାଙ୍କ ଶରୀରର ଅଧିକାଂଶ ଅଙ୍ଗ ଜଳିଯାଇଛି।

ପ୍ରାୟ ୧୦ ଜଣ ଲୋକ ଘଟିଥିବା ଅଗ୍ନିକାଣ୍ଡରେ ଫସି ରହିଥିବା ସନ୍ଦେହ କରାଯାଉଛି। ୧୧ଟି ଅଗ୍ନିଶମ ବାହିନୀ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Leave A Reply

Your email address will not be published.