Odisha Link
Bridging the Missing Links in Odisha

ଗହଣା ଚୋରି ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କ ନାମରେ ଗିରଫ ପରୱାନା

ଓଏଲ୍‌ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀଙ୍କ ନାମରେ ଗିରଫ ପରଓ୍ବାନା। ପଶ୍ଚିମବଙ୍ଗର ଅଲୀଦ୍ବାରପୁର କୋର୍ଟ କେନ୍ଦ୍ରମନ୍ତ୍ରୀ ନିଶିଥ ପ୍ରମାଣିକ ନାମରେ ଜାରି କରିଛନ୍ତି ଗିରଫ ପରଓ୍ବାନା। ଏକ ଚୋରି ମାମଲାର ଶୁଣାଣି କରି ଏଭଳି ପରଓ୍ବାନା ଦେଇଛନ୍ତି କୋର୍ଟ। ୨୦୦୯ ମସିହାରେ ଦୁଇଟି ସୁନା ଦୋକାନାରୁ ଚୋରି ମାମଲାର ଶୁଣାଣି କରି ଏଭଳି ରାୟ ଦେଇଛନ୍ତି କୋର୍ଟ।

୨୦୦୯ ଚୋରି ମାମଲାର ଶୁଣାଣି କରିଥିଲେ କୋର୍ଟ। କିନ୍ତୁ କେନ୍ଦ୍ରମନ୍ତ୍ରୀଙ୍କ ପକ୍ଷରୁ କୌଣସି ଓକିଲ ଅଦାଲତରେ ଉପସ୍ଥିତ ନଥିଲେ। ଯାହାପରେ ଚୋରି ମାମଲାରେ ଗିରଫ ପରଓ୍ବାନା ଦେଇଥିଲେ କୋର୍ଟ। ଶୁଣାଣି ସମୟରେ ଅଦାଲତରେ ବିଜେପିର ଜଣେ ସାଂସଦ ସେଠାରେ କେବଳ ଉପସ୍ଥିତ ଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ସମେତ ଆଉ ଜଣଙ୍କ ନାମରେ ଗିରଫ ପରଓ୍ବାନ ଜାରି କରିଛନ୍ତି କୋର୍ଟ। କେନ୍ଦ୍ରମନ୍ତ୍ରୀଙ୍କ ଓକିଲ ଏନେଇ କୌଣସି ପ୍ରତିକ୍ରିୟା ରଖିନଥିବା ବେଳେ ଅଲୀପୁରଦ୍ବାର ଏସ୍‌ପି ମଧ୍ୟ ଗିରଫ ପରଓ୍ବାନକୁ ନେଇ କୌଣସି ବି ପ୍ରତିକ୍ରିୟା ରଖି ନାହାନ୍ତି।

କେନ୍ଦ୍ରମନ୍ତ୍ରୀ ଏବେ ଯେଉଁ ମାମଲାରେ ଫସିଛନ୍ତି ତାହା ୧୩ ବର୍ଷ ତଳର। ଅଲୀପୁରଦ୍ବାର ରେଳ ଷ୍ଟେସନ୍‌ ଓ ବୀରପଡ଼ାରେ ଥିବା ଏକ ଅଳଙ୍କାର ଦୋକାନରୁ ଗହଣା ଚୋରି ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କ ସଂପୃକ୍ତି ଥିଲା। ସରକାରୀ ଓକିଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି , ଏହି ମାମଲାଟି କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଉତ୍ତର ୨୪ ପ୍ରଗାଣ ଜିଲ୍ଲାର ଅଲୀପୁରଦ୍ବାର କୋର୍ଟକୁ ସ୍ଥାନାନ୍ତରିତ ହୋଇଛି।

ସୂଚନାଯୋଗ୍ୟ, ଉତ୍ତର ପଶ୍ଚିମବଙ୍ଗ ଓ ବାଂଲାଦେଶ ସୀମାରେ ଥିବା ଦିନହଟା ସହରରେ ଅଧିବାସୀ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ନିଶିଥ ପ୍ରମାଣିକ। ୨୦୧୯ ଲୋକସଭା ନିର୍ବାଚନରେ ନିଶିଥ ବିଜେପି ଟିକେଟ ପ୍ରଥମଥର ପାଇଁ ପାଇବା ସହିତ ବିଜୟୀ ହୋଇଥିଲେ। ଏବଂ ତାଙ୍କୁ ମନ୍ତ୍ରୀ ପଦ ମଧ୍ୟ ମିଳିଥିଲା। ସେ ତାହା ପୂର୍ବରୁ ତୃଣମୂଳ କଂଗ୍ରେସ ସରକାରରେ ଥିଲେ। ଦଳ ବିରୋଧୀ କାର୍ଯ୍ୟ କରିବାରୁ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିଲା।

Leave A Reply

Your email address will not be published.