Odisha Link
Bridging the Missing Links in Odisha

ଅଫତାବ୍କୁ ଆକ୍ରମଣ ଉଦ୍ୟମ, ଫାଏରିଂ କରି ଚେତାବନୀ ଦେଲା ପୁଲିସ

ଓଏଲ୍‌ ବ୍ୟୁରୋ: ବହୁ ଚର୍ଚ୍ଚିତ ଦିଲ୍ଲୀ ଶ୍ରଦ୍ଧା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଅଫତାବକୁ ଆକ୍ରମଣ। ଜହ୍ଲାଦ ପ୍ରେମିକ ଅଫତାବକୁ ନେଇ ଯାଉଥିବା ପୁଲିସ ଭ୍ୟାନ୍‌ ଉପରକୁ ଆକ୍ରମଣ। ଅଭିଯୁକ୍ତ ଅଫତାବକୁ ପୁଲିସ ଫରେନସିକ୍ ସାଇନ୍ସ ଲାବୋରେଟୋରୀ କାର୍ଯ୍ୟାଳୟରୁ ନେଇ ଯାଉଥିବାବେଳେ ପ୍ରାୟ ୧୫ଜଣ ଲୋକ ଗାଡି ଉପରେ ଆକ୍ରମଣ କରିଥିଲେ। ଅଫତାବର ପଲିଗ୍ରାଫ ପରୀକ୍ଷା ପାଇଁ ତାକୁ ଫରେନସିକ୍ ସାଇନ୍ସ ଲାବୋରେଟୋରୀ ଅଣାଯାଇଥିଲା। ପରୀକ୍ଷା ଶେଷ ହେବା ପରେ ସେ ଭ୍ୟାନରେ ଫରେନସିକ୍ ସାଇନ୍ସ ଲାବୋରେଟୋରୀରୁ ବାହାରୁଥିବା ବେଳେ ଏଭଳି ଘଟଣା ଘଟିଥିଲା।

ଏଭଳି ପରିସ୍ଥିତିକୁ ଦେଖି ପୁଲିସ ବନ୍ଧୁକ ବାହାରୀ କରି ଗୁଳି ଚଳାଇବା ପାଇଁ ଚେତାବନୀ ଦେଇଥିବା ମଧ୍ୟ ଦେଖିବାକୁ ମିଳିଛି। ଆକ୍ରମଣ କରିଥିବା ଯୁବକଙ୍କ ମଧ୍ୟରୁ ୨ ଜଣ ଯୁବକ ନିଜକୁ ହିନ୍ଦୁ ସେନା ସଦସ୍ୟ କହୁଥିବାର ଭିଡିଓରେ ଦେଖିବାକୁ ମିଳିଛି । ଉଭୟଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ସୂଚନା ରହିଛି।

ଆକ୍ରମଣକାରୀମାନେ କହିଛନ୍ତି ଯେ, ଯିଏ ଏଭଳି ଘୃଣ୍ୟ କାମ କରିବ ତାଙ୍କୁ ଛଡ଼ାଯିବ ନାହିଁ। ଯିଏ ଆମ ଭଉଣୀକୁ ୩୫ଖଣ୍ଡ କରିଛି, ତାକୁ ୭୦ଖଣ୍ଡ କରିବାକୁ ଆସିଥିଲୁ। ଶ୍ରଦ୍ଧା ହତ୍ୟା ମାମଲା ପରଠାରୁ ଅଫତାବକୁ ନେଇ ଲୋକ ସୋସିଆଲ ମିଡିଆରେ କ୍ଷୋଭ ପ୍ରକାଶ କରୁଥିଲେ ।

Leave A Reply

Your email address will not be published.