Odisha Link
Bridging the Missing Links in Odisha

ଓଡ଼ିଶାରୁ କତାର ଗଲା ଅଣ୍ଡା

ଓଏଲ୍‌ ବ୍ୟୁରୋ: କତାରକୁ ରପ୍ତାନୀ ହେଲା ଓଡ଼ିଶା ଅଣ୍ଡା। ଓଡ଼ିଶାର ବଲାଙ୍ଗୀର ଜିଲ୍ଲାରୁ କତାର ଯାଇଛି ଅଣ୍ଡା। ବର୍ତ୍ତମାନ କତାରରେ ଫୁଟବଲ୍‌ ମହାକୁମ୍ଭ ‘ଫିଫା ବିଶ୍ବକପ୍‌ ୨୦୨୨’ ଚାଲିଛି । ଯାହାଫଳରେ କତାରରେ ଅଣ୍ଡାର ବ୍ୟବହାର ବଢ଼ିଛି। କତାରରେ ବର୍ତ୍ତମାନ ଅଣ୍ଡାର ଚାହିଦା ଥିବାରୁ ବଲାଙ୍ଗୀରରୁ କତାର ରପ୍ତାନୀ ହୋଇଛି ଅଣ୍ଡା।

ବଲାଙ୍ଗୀର ସଦର ମହକୁମା ଠାରୁ ଅଳ୍ପ ଦୂରରେ ଥିବା ଅଭୋ ଫାର୍ମରୁ ଏକ ସ୍ୱତନ୍ତ୍ର କଂଟେନରରେ ଏହି ଅଣ୍ଡା ପଠାଯାଇଛି। କାତାରକୁ ଅଣ୍ଡା ପଠାଯାଉଥିବାରୁ ଖୁସି ପ୍ରକାଶ କରିଛନ୍ତି କର୍ମଚାରୀ। ଉନ୍ନତ ଓ ଆଧୁନିକ ପ୍ରଣାଳୀରେ ଏହି ଫାର୍ମରେ ଅଣ୍ଡା ଉତ୍ପାଦନ ହେଉଛି। ଏହି ଫାର୍ମରେ କାମ କରୁଥିବା ପ୍ରାୟ ୩୦୦ କର୍ମଚାରୀ ଉପକୃତ ହେଉଛନ୍ତି। କୁକୁଡ଼ା ଅଣ୍ଡା ଦେବା ଠାରୁ ଆରମ୍ଭ କରି ପ୍ୟାକିଙ୍ଗ ପର୍ଯ୍ୟନ୍ତ ସବୁକିଛି ମେସିନ୍ ମାଧ୍ୟମରେ କରାଯାଉଛି।