Odisha Link
Bridging the Missing Links in Odisha

ଆରମ୍ଭ ହେଲା ଶିଳ୍ପ ମହାକୁମ୍ଭ, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହେଲା ଶିଳ୍ପ ମହାକୁମ୍ଭ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ୨୦୨୨ । ଏହି ଶିଳ୍ପ ମହାକୁମ୍ଭର ୩ୟ ସଂସ୍କରଣକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୪ଦିନ ଧରି ହେବାକୁ ଥିବା କନକ୍ଲେଭରେ ବିଭିନ୍ନ ଶିଳ୍ପ ସଂସ୍ଥାମାନେ ସାମିଲ ହେବେ। ତେବେ ୬ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ପ୍ରସ୍ତାବ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ସରକାର କନକ୍ଲେଭ୍ ପାଇଁ ୧୧,୬୦୦ ସଂସ୍ଥାଙ୍କ ଠାରୁ ରେଜିଷ୍ଟ୍ରେସନ ଗ୍ରହଣ କରିଛନ୍ତି।

ଏହି ମେଗା କାର୍ଯ୍ୟକ୍ରମରେ ଆର୍ସେଲର ମିତ୍ତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ମିତ୍ତଲ, ଆଦିତ୍ୟ ବିର୍ଲା ଗ୍ରୁପର ଅଧ୍ୟକ୍ଷ କୁମାର ମଙ୍ଗଳମ୍‍ ବିର୍ଲା, ଜେଏସ୍‍ପିଏଲ୍‍ ଅଧ୍ୟକ୍ଷ ନବୀନ୍‍ ଜିନ୍ଦଲ, ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ପୁଅ କରଣ ଆଦାନୀ, ଟାଟା ଷ୍ଟିଲର ସିଇଓ ତଥାଏମ୍‍ଡି ଟି. ଭି. ନରେନ୍ଦ୍ରନ୍‍ ଏବଂ ବେଦାନ୍ତ ରିସୋର୍ସେସ୍‍ ଲିମିଟେଡ୍‍ର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ଏବଂ ଜେଏସ୍‍ଡବ୍ଲ୍ୟୁ ଗ୍ରୁପର ସଜ୍ଜନ ଜିନ୍ଦଲ ପ୍ରମୁଖ ଶିଳ୍ପ କ୍ଷେତ୍ରର ନାମୀ ବ୍ୟକ୍ତିବିଶେଷଙ୍କୁ ଦେଖିବାକୁ ମିଳିବ।

୨୦୧୬ ‘ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ୍‍’ର ପ୍ରଥମ ସଂସ୍କରଣରେ ୨ ଲକ୍ଷ କୋଟିରୁ ଅଧିକ ଏବଂ ୨୦୧୮ର ଦ୍ୱିତୀୟ ସଂସ୍କରଣରରେ ରାଜ୍ୟ ସରକାରଙ୍କୁ ମୋଟ ୪ ଲକ୍ଷ କୋଟିରୁ ଅଧିକ ପୁଞ୍ଜିନିବେଶ ପ୍ରସ୍ତାବ ମିଳିଥିଲା। କୋଭିଡ୍‍ ମହାମାରୀ କାରଣରୁ ୨୦୨୦ରେ ‘ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ୍‍’ ଆୟୋଜନ ବନ୍ଦ ରହିଥିଲା। ତେବେ ମହାମାରୀର ଏହି ୨ ବର୍ଷରେ ଓଡ଼ିଶା ଦେଶର ରାଜ୍ୟଗୁଡିକ ମଧ୍ୟରେ ସର୍ବାଧିକ ପୁଞ୍ଜିନିବେଶ ହାସଲ କରିପାରିଛି।

Leave A Reply

Your email address will not be published.