Odisha Link
Bridging the Missing Links in Odisha

ପ୍ରଥମ ଦିନିକିଆ ହାରିବା ପରେ ଟିମ୍‌ ଇଣ୍ଡିଆକୁ ଆଉ ଏକ ଝଟକା

ଓଏଲ୍‌ ବ୍ୟୁରୋ: ବାଂଲାଦେଶ ବିପକ୍ଷ ପ୍ରଥମ ଦିନିକିଆରେ ପରାସ୍ତ ହୋଇଥିବା ଟିମ୍‌ ଇଣ୍ଡିଆକୁ ବଡ଼ ଝଟକା। ଧିମା ବୋଲିଂ ପାଇଁ ଭାରତୀୟ ଖେଳାଳିଙ୍କ ଉପରେ ଆର୍ଥିକ ଦଣ୍ଡ ଲଗାଇଛି ଆଇସିସି। ଦଣ୍ଡ ସ୍ୱରୂପ ସବୁ ଖେଳାଳିଙ୍କ ମ୍ୟାଚ୍‌ ଫି’ ୮୦% କାଟି ଦିଆଯାଇଛି।

ପ୍ରଥମ ଦିନିକିଆରେ ଭାରତ ଆବଶ୍ୟକ ସମୟ ଭିତରେ ବୋଲିଂ କରି ନଥିବାରୁ ଆଇସିସି ଏଲିଟ ପ୍ୟାନେଲ ମ୍ୟାଚ ରେଫରୀ ରଞ୍ଜନ ମଦୁଗାଲ୍ଲେ ଖେଳାଳିଙ୍କ ଉପରେ ଜୋରିମାନା ଲାଗୁ କରିଛନ୍ତି। ଧାର୍ଯ୍ୟ ସମୟ ଭିତରେ ଭାରତୀୟ ଖେଳାଳିମାନେ ୪ ଓଭର କମ ବୋଲିଂ କରିଥିବାରୁ ମ୍ୟାଚ ରେଫରୀ ୮୦% ମ୍ୟାଚ୍‌ ଫି’ କାଟି ଦେଇଛନ୍ତି।

ଆଇସିସିର କୋଡ ଅଫ କଣ୍ଡକ୍ଟର ଧାରା ୨.୨୨ ଅନୁଯାୟୀ, ଗୋଟିଏ ଓଭର ଧିମା ବୋଲିଂ ପାଇଁ ଖେଳାଳିଙ୍କ ମ୍ୟାଚ୍‌ ‍ଫି’ ୨୦% କଟା ଯିବ। ଭାରତୀୟ ଖେଳାଳିମାନେ ୪ ଓଭର ପଛରେ ଥିବାରୁ ସେମାନଙ୍କ ମ୍ୟାଚ ଫି’ ୮୦% କଟିଛି। ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମା ଏହି ଦଣ୍ଡାଦେଶକୁ ଗ୍ରହଣ କରିବା ସହ ନିଜର ଭୁଲକୁ ମାନି ନେଇଛନ୍ତି। ତେଣୁ ଏହାର ଶୁଣାଣି ହେବନାହିଁ ବୋଲି ଆଇସିସି କହିଛି।

ପ୍ରଥମ ଦିନିକିଆ ହାରିଥିବା ବୁଧବାର ଦିନ ଦ୍ବିତୀୟ ମୁକାବିଲା ଖେଳିବ। ଯାହା ଭାରତ ପାଇଁ କର ବା ମର ମ୍ୟାଚ୍‌ । ୨ୟ ମୁକାବିଲାରେ ବାଂଲାଦେଶକୁ ମାତ୍‌ ଦେଇ ସିରିଜକୁ ଫେରିବାକୁ ନିଶ୍ଚୟ ପ୍ରୟାସ କରିବ ରୋହିତ ବାହିନୀ। ଅନ୍ୟପଟେ ବାଂଲାଦେଶ ମ୍ୟାଚ ଜିତି ସିରିଜ ଜିତିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ।

Leave A Reply

Your email address will not be published.