Odisha Link
Bridging the Missing Links in Odisha

କାହାର ହେବ ପଦ୍ମପୁର ?

ଓଏଲ୍‌ ବ୍ୟୁରୋ: ନେତା ବାଛିଲେ ପଦ୍ମପୁର ଜନତା। ଶାନ୍ତି ଶୃଙ୍ଖଳାର ସହିତ ସରିଲା ପଦ୍ମପୁର ଉପନିର୍ବାଚନ। ଇଭିଏମରେ ସିଲ୍‌ ହେଲା ୧୦ ପ୍ରାର୍ଥୀଙ୍କ ଭାଗ୍ୟ। ଫଳାଫଳ ନେଇ ନେତାଙ୍କ ଛାତିି ଧଡ ଧଡ ହେଉଥିବାବେଳେ ଗୁରବାର ଆସିବ ପଦ୍ମପୁର ଫଳାଫଳ। ରେଜଲ୍ଟ ଯାହା ସପକ୍ଷରେ ଗଲେ ବି ୨୦୨୪ ପାଇଁ ଏହା ଯେ ସବୁ ଦଳ ପାଇଁ ବଡ ସଙ୍କେତ ହେବ ତାହା ଏକପ୍ରକାର ସ୍ପଷ୍ଟ ହୋଇଛି।

ଶୁକ୍ରବାର ଉପନିର୍ବାଚନ ପାଇଁ ପଦ୍ମପୁରରେ ସକାଳ ୭ଟାରୁ ଭୋଟଦାନ ଆରମ୍ଭ ହୋଇ ଅପରାହ୍ଣ ୫:୩୦ ପର୍ଯ୍ଯନ୍ତ ଚାଲିଥିଲା। ତେବେ କିଛି ଜାଗାରେ ଅଧିକ ଭୋଟର ଥିବାବେଳେ ୫ଟା ପର୍ଯ୍ଯନ୍ତ ମତଦାନର ସୁଯୋଗ ମିଳିଥିଲା। ପ୍ରଥମେ ସକାଳ ୯ଟା ସୁଦ୍ଧା ୮.୫ ପ୍ରତିଶତ, ୧୧ଟା ସୁଦ୍ଧା ୨୯.୭୫, ୧ଟା ସୁଦ୍ଧା ୪୬.୯୬ ପ୍ରତିଶତ ମତଦାନ ହୋଇଥିଲା।

ସକାଳେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ରାଜାପଡ଼ା ସ୍କୁଲରେଥିବା ୨୧୩ ନମ୍ବର ବୁଥରେ ଯାଇ ମତଦାନ କରି ସମସ୍ତଙ୍କୁ ଭୋଟ ଦେବା ପାଇଁ ଅପିଲ କରିଥିଲେ। ସେହିପରି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ବୁଥରେ ମତଦାନ କରିଥିବାବେଳେ କଂଗ୍ରେସ ପ୍ରାର୍ଥୀ ସତ୍ଯଭୂଷଣ ସାହୁ ବୁଥରେ ମତଦାନ କରିବା ସହ ଭୋଟରଙ୍କୁ ଭୋଟ ଦେବା ପାଇଁ ଅପିଲ କରିଥିଲେ। ସେହିପରି ମୁଖ୍ଯମନ୍ତ୍ରୀ ମଧ୍ଯ ଭୋଟରଙ୍କୁ ଭୋଟ ଦେବା ପାଇଁ ଅପିଲ କରି ମୌଳିକ ଅଧିକାର ସାବ୍ଯସ୍ତ କରିବା ପାଇଁ କହିଥିଲେ।

୩୧୯ଟି ବୁଥ ମଧ୍ଯରୁ ୧୨୦ଟି ବୁଥରେ ୱେବ କାଷ୍ଟିଂ ଓ ୬୬ଟି ବୁଥରେ ସିସିଟିଭି କ୍ୟାମେରା ଲଗାଇ ନିରିକ୍ଷଣ କରାଯାଇଥିଲା। ସେହିଭଳି ସୁରକ୍ଷା ଦୃଷ୍ଟିରୁ ପୋଲିସ ପକ୍ଷରୁ ୫୨ଟି ସମ୍ବେଦନଶୀଳ ଓ ୭୪ଟି ଅତି ସମ୍ବେଦନଶୀଳ ବୁଥ ଥିଲା। ଯାହାପାଇଁ ଅର୍ଦ୍ଧ ସାମରୀକ ବାହିନି ଓ କେନ୍ଦ୍ରିୟ ଫୋର୍ସ ମୁତୟନ କରାଯାଇଥିଲା। ସୀମାନ୍ତବର୍ତ୍ତି ୯ଟି ଜାଗାରେ ଚେକପୋଷ୍ଟ କରିବା ସହ ବେନିୟମ ଅନୁପ୍ରବେଶ ରୋକିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Leave A Reply

Your email address will not be published.