Odisha Link
Bridging the Missing Links in Odisha

‘ଦିନ ଆସିବ ଲୋକେ ମୋଦି-ମୋଦି ନୁହେଁ ଦରବୃଦ୍ଧି-ଦରବୃଦ୍ଧି ଚିତ୍କାର କରିବେ’

ଓଏଲ୍‌ ବ୍ୟୁରୋ: ବର୍ତ୍ତମାନ ରାଜସ୍ଥାନରେ ପହଁଞ୍ଚିଛି କଂଗ୍ରେସର ‘ଭାରତ ଯୋଡ଼ୋ ଯାତ୍ରା’। ଏହି ଯାତ୍ରାରେ ରାହୁୁଲଙ୍କ ସହ ସାମିଲ ହୋଇଛନ୍ତି କହ୍ନେୟା କୁମାର। ଦେବରିଘାଟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ସେ ଦିନ ବେଶି ଦୂର ନୁହେଁ, ଯେବେ ମୋଦି-ମୋଦି ନାରା ଲଗାଉଥିବା ଲୋକେ ଦରବୃଦ୍ଧି-ଦରବୃଦ୍ଧି ବୋଲି ଚିତ୍କାର କରିବେ।

ବିଜେପି ଦୋମୁହାଁ ନୀତି ଆପଣାଉଥିବା ଅଭିଯୋଗ କରିଛନ୍ତି କହ୍ନେୟା କୁମାର। ସେ ଆହୁରି କହିଛନ୍ତି, ଯେବେ ଛୋଟ ପିଲାମାନେ ଭାରତ ଯୋଡୋ ଯାତ୍ରାରେ ସାମିଲ୍ ହେଉଛନ୍ତି, ବିଜେପି ଅଭିଯୋଗ କରୁଛି ମାତ୍ର ଗୁଜରାଟ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ମୋଦି ଛୋଟ ପିଲାଙ୍କ ବ୍ୟବହାର କଲେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ଗୁଜରାଟ ନିର୍ବାଚନ ପ୍ରଚାର ସମୟରେ ଆମେ ଏସବୁ ଦୃଶ୍ୟ ଦେଖିଛୁ, ଯାହା ଗଣତନ୍ତ୍ର ଇତିହାସରେ କେବେ ଦେଖିନୁ ବୋଲି କହିଛନ୍ତି କହ୍ନେୟା କୁମାର।

ସେ ଗୁଜୁରାଟ ବିଧାନସଭା ନିର୍ବାଚନ ଫଳାଫଳ ପୂର୍ବରୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଚଳିତ ନିର୍ବାଚନରେ ୫୦ରୁ ଅଧିକ ବିଧାୟକଙ୍କ ଟିକେଟ କାଟି ଦିଆଗଲା। ଏହାର ଅର୍ଥ ସେମାନେ ଠିକରେ କାମ କରୁନଥିଲେ। ଯଦି ଠିକ୍‌ରେ କାମ କରୁଥିଲେ ତେବେ ଟିକେଟ୍ କାହିଁକି କଟାଗଲା। ମୁଖ୍ୟମନ୍ତ୍ରୀ ତ ପୋଷାକ ପରି ବଦଳି ଚାଲିଛି।

Leave A Reply

Your email address will not be published.