Odisha Link
Bridging the Missing Links in Odisha

ସନ୍ତରଣ ଶିଖୁ ଶିଖୁ ଚାଲିଗଲା ଜୀବନ

କଟକ : ସନ୍ତରଣ ଶିଖୁଥିବା ବେଳେ ମହାନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ରବିବାର ସକାଳେ କଟକର ଯୋବ୍ରା ବ୍ୟାରେଜ୍‌ରେ ଘଟିଛି ଏହି ଘଟଣା। ମୃତ ଯୁବକଙ୍କ ନାଁ ସୋହେଲ୍ ଖାନ୍। ତାଙ୍କ ଘର କଟକର ପୀର୍ ବଜାର ଅଞ୍ଚଳରେ।

ଖବର ଅନୁଯାୟୀ, ରବିବାର ଦିନ ୨୦ରୁ ଅଧିକ ଯୁବକ ଓ ଯୁବତୀ ଯୋବ୍ରା ବ୍ୟାରେଜରେ ସନ୍ତରଣ ଶିଖୁଥିଲେ। ସନ୍ତରଣ ଶିଖୁଥିବା ବେଳେ ସୋହେଲ୍‌ ମହାନଦୀର ଗଭୀର ଜଳ ସ୍ରୋତରେ ବୁଡ଼ି ଯାଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ମତ୍ସ୍ୟଜୀବିମାନେ ପ୍ରଥମେ ଦେଶୀ ଡଙ୍ଗା ସହାୟତାରେ ଯୁବକଙ୍କୁ ଖୋଜିବାକୁ ଆରମ୍ଭ କରିଥିଲେ। ପରେ ଅଗ୍ନିଶମ ବାହିନୀର ଉଦ୍ଧାରକାରୀ ଦଳ ରବର ବୋଟରେ ଖୋଜିଥିଲେ।

ବହୁ ଖୋଜାଖୋଜି ପରେ ନିଖୋଜ ସୋହେଲଙ୍କ ମରଶରୀରକୁ ଠାବ କରିଥିଲେ ଅଗ୍ନିଶମ ବାହିନୀ। ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଜଗତପୁର ଥାନା ପୁଲିସ ଘଟଣାର ତଦନ୍ତ କରୁଛି। ପୁଲିସ ଉକ୍ତ ସନ୍ତରଣ ତାଲିମ କେନ୍ଦ୍ର ଚଳାଉଥିବା ବ୍ୟକ୍ତି ଓ ପ୍ରଶିକ୍ଷକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ସୂଚନା ରହିଛି।

Leave A Reply

Your email address will not be published.