Odisha Link
Bridging the Missing Links in Odisha

ଦେଶକୁ ମିଳିଲା ପ୍ରଥମ କୋଭିିଡ ନାଜାଲ ଟିକା

ଓଏଲ୍‌ ବ୍ୟୁରୋ: ବିଶ୍ୱରେ କୋଭିଡ୍ ମହାମାରୀ ପୁଣିଥରେ ଭୟ ସୃଷ୍ଟି କରିଥିବାବେଳେ ଭାରତ ବାୟୋଟେକ୍‌ ଦ୍ବାରା ପ୍ରସ୍ତୁତ ନାଜାଲ କୋଭିଡ ଟିକାକୁ ଭାରତ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହା ଦେଶରେ କୋଭିଡ୍‌ ଟିକାକରଣ ଅଭିଯାନକୁ ଆଗେଇ ନେବାରେ ସହାୟକ ହେବ । ଇଞ୍ଜେକଶନରେ ଦିଆଯାଉଥିବା ଟିକା ତୁଳନାରେ ନାଜାଲ ଟିକା ଭଲ ବୋଲି ବିବେଚନା କରାଯାଉଛି । ବର୍ତ୍ତମାନ ଏହି ଟିକା ପ୍ରାଇଭେଟ ହସ୍ପିଟାଲରେ ମିଳିବ ବୋଲି ସୂଚନା ରହିିଛି।

ଟିକାକୁ ଅନୁମୋଦନ କରିଥିବା ବିଶେଷଜ୍ଞ କମିଟି ଗୁରୁବାର ଏହାକୁ ମଞ୍ଜୁରୀ ପ୍ରଦାନ କରିଛି। ଇଞ୍ଜେକ୍‌ଶନରେ ଟିକା ନେବାକୁ ଭୟ କରୁଥିବା ଲୋକଙ୍କ ପାଇଁ ନାଜାଲ ଭାକ୍ସିନ ସହାୟକ ହେବ। ଏହାକୁ ଗଚ୍ଛିତ ରଖିବା ଓ ବଣ୍ଟନ କରିବା ସହ। ଏହି ଟିକା ନଷ୍ଟ ହେବା ସମ୍ଭାବନା କମ୍‌। ଭୂତାଣୁର ପ୍ରବେଶ ପଥ ନାକରେ ଟିକା ଦିଆଯାଉଥିବାରୁ ଏହା ଉପଯୁକ୍ତ ସୁରକ୍ଷା ଯୋଗାଇପାରିବ ବୋଲି କୁହାଯାଇଛି।