Odisha Link
Bridging the Missing Links in Odisha

ବରଗଡ଼ରେ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା

ଆୟୋଜିତ ଶୋଭାଯାତ୍ରାରେ ନାଚିଲେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ

ଓଏଲ୍‌ ବ୍ୟୁରୋ : ଧନୁଯାତ୍ରା ପାଇଁ କମ୍ପୁଛି ବରଗଡ଼। ବିଶ୍ଵର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ପ୍ରସିଦ୍ଧି ପାଇଛି ବରଗଡ଼ର ଧନୁଯାତ୍ରା ମହୋତ୍ସବ। ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ପକ୍ଷରୁ ଆୟୋଜିତ ଶୋଭାଯାତ୍ରାରେ ନାଚିଲେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ। ବରଗଡ଼ରେ ୭୫ତମ ଧନୁଯାତ୍ରାକୁ ନେଇ ବରଗଡ଼ବାସୀ ବେଶ ଆନନ୍ଦ।

ବରଗଡ଼ ଧନୁଯାତ୍ରାର ହୀରକ ଜୟନ୍ତୀ ଉପଲକ୍ଷେ ଧୁମଧାମରେ ପାଳନ ହେଉଛି ଧନୁଯାତ୍ରା। ୧୧ଦିନ ଧନୁଯାତ୍ରା ହେବାକୁ ଥିବାବେଳେ ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚର ଧନୁଯାତ୍ରା ଆରମ୍ଭ ହୋଇଛି। କରୋନା ମହାମାରୀ କାରଣରୁ ୨ବର୍ଷ ବନ୍ଦ ଥିଲା ଧନୁଯାତ୍ରା। ତେବେ ଏବର୍ଷ ଧନୁଯାତ୍ରା ଆରମ୍ଭ ହୋଇଯାଇଛି । ଜାନୁଆରୀ ୬ତାରିଖ ଯାଏଁ ବରଗଡ ଚଳଚଞ୍ଚଳ ରହିବ। ବରଗଡ଼ ବାସୀଙ୍କ ମଧ୍ୟରେ ଏହି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାକୁ ନେଇ ଉତ୍ସାହ ଦେଖାଦେଇଛି।

Leave A Reply

Your email address will not be published.