Odisha Link
Bridging the Missing Links in Odisha

ଜାନୁଆରୀ ୨୬ ପୂର୍ବରୁ ଓଡ଼ିଶାରେ ମିଳିବ ୫-ଜି ସେବା : ଅଶ୍ବିନୀ ବୈଷ୍ଣବ

ଓଏଲ୍‌ ବ୍ୟୁରୋ: ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। କାରଣ ୨୦୨୩ ଜାନୁଆରୀ ୨୬ ପୂର୍ବରୁ ଓଡ଼ିଶାବାସୀଙ୍କୁ ମିଳିବ ୫-ଜି ସେବା। ଏନେଇ ଆଜି ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଏଥିସହିତ ଭଦ୍ରକ ପାଇଁ ଶୀଘ୍ର ସ୍ବତନ୍ତ୍ର ଟ୍ରେନ୍‌ ଘୋଷଣା କଲେ ରେଳମନ୍ତ୍ରୀ।

ଭୁବନେଶ୍ବର ରେଳ ଷ୍ଟେସନର ନବୀକରଣ ପାଇଁ ଭୂମିପୂଜନ କାର୍ଯ୍ୟକ୍ରମରେ ଯୋଗ ଦେଇ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଜାନୁଆରୀ ୨୬ ପୂର୍ବରୁ ଓଡ଼ିଶାରେ ୫-ଜି କାମ ଶେଷ ହେବ। ଟେଲିକମ୍‌ରେ ଅବହେଳା ନେଇ ଯେଉଁ ଅଭିଯୋଗ ହେଉଥିଲା ତାହା ଶେଷ। ମୋଦି ସରକାର ଟେଲିକମ୍‌ରେ ଓଡ଼ିଶାକୁ ୫ ହଜାର ୬ ଶହ କୋଟି ଦେଇଛନ୍ତି । ଓଡ଼ିଶାରେ ରେଳ ବିକାଶ ପାଇଁ ଆମେ କେହି ରାଜନୀତି କରିବା ନାହିଁ ବୋଲି କହିଛନ୍ତି ଅଶ୍ବିନୀ ବୈଷ୍ଣବ।

ସେହିପରି ସେ ଆହୁରି କହିଛନ୍ତି କଂଗ୍ରେସ କାଳରେ ଓଡ଼ିଶାରେ ବର୍ଷକୁ ୨୦ରୁ ୩୦ କିମି ନୂଆ ଲାଇନ ହେଉଥିଲା। ବର୍ତ୍ତମାନ ବର୍ଷକୁ ୩ ଶହ କିମି ପର୍ଯ୍ୟନ୍ତ ନୂଆ ଲାଇନ ନିର୍ମାଣ ହେଉଛି । ହେଲେ ରାଜ୍ୟ ସରକାର ଜମି ନ ଦେଲେ ନୂଆ ଲାଇନ କିପରି ନିର୍ମାଣ ହେବ ବୋଲି କହିଛନ୍ତି ଅଶ୍ୱିନୀ।

ଭୁବନେଶ୍ବର ରେଳ ଷ୍ଟେସନର ନବୀନକରଣ ପାଇଁ ଭୂମିପୂଜନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା, ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ, ଜଟଣୀ ବିଧାୟକ ସୁରେଶ ରାଉତରାୟ ଓ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଉପସ୍ଥିତ ରହିଛନ୍ତି।

Leave A Reply

Your email address will not be published.