Odisha Link
Bridging the Missing Links in Odisha

ଲୋକାର୍ପିତ ହେଲା ରାଜ୍ୟର ପ୍ରଥମ ମହିଳା ମିଶନ ଶକ୍ତି ଭବନ

୫ ବର୍ଷରେ ମିଳିବ ୧୨୦୦ କୋଟି ଟଙ୍କାର ସୁଧ ରିହାତି ମିଳିବ

ଓଏଲ୍‌ ବ୍ୟୁରୋ : ମହିଳା ଉଦ୍ୟୋଗୀ ମାନଙ୍କ ଋଣ ସୁଧ ଫେରସ୍ତ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ୧୨୫ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ। ରାଜ୍ୟର ୩୦ଟି ଜିଲ୍ଲାର ୨.୫ ଲକ୍ଷ ମିଶନ ଶକ୍ତି ଗ୍ରୁପଙ୍କ ବ୍ୟାଙ୍କ ଖାତାକୁ ଏହି ସୁଧ ରିହାତି ପ୍ରଦାନ କରାଯାଇଛି। ୨୦୨୨ ଅପ୍ରେଲରୁ ଓ ସେପ୍ଟେମ୍ବର ମଧ୍ୟରେ ମହିଳା ମାନେ ଯେଉଁ ଋଣ ନେଇଥିଲେ, ସେହି ଋଣର ସୁଧ ପରିମାଣ ପ୍ରଦାନ କରାଯାଇଛି। ସେଠାରେ ଉପସ୍ଥିତ ୫ଟି ମିଶନ ଶକ୍ତି ଗ୍ରୁପକୁ ଚେକ୍‌ ପ୍ରଦାନ କରି ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ଆଗାମୀ ୫ ବର୍ଷରେ ମିଳିବ ୧୨୦୦ କୋଟି ଟଙ୍କାର ସୁଧ ରିହାତି ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ମହିଳାଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ମିଶନ ଶକ୍ତି କେବଳ ସ୍ଲୋଗାନ ନୁହେଁ, ବରଂ ଏହା ଜୀବନଧାରା ପାଲଟିଛି। ମୁଁ ମା’ମାନଙ୍କୁ ଉଦ୍ୟାେଗୀ ଭାବେ ଦେଖିବାକୁ ଚାହେଁ। ଓଡ଼ିଶାର ରୂପାନ୍ତରଣରେ ମହିଳା ମାନଙ୍କର ବଡ଼ ଭୂମିକା ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ମହିଳାଙ୍କ ଶକ୍ତି ବଢାଇବା ପାଇଁ ରାଜ୍ୟରେ ପ୍ରଥମ ମହିଳା ମିଶନ ଶକ୍ତି ଭବନ ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିଥିଲେ। ସମସ୍ତଙ୍କ ଉପସ୍ତିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତି ଭବନର ଲୋକାର୍ପଣ କରିଛନ୍ତି। ମହିଳା ମିଶନ ଶକ୍ତି ଭବନ ପ୍ରତିଷ୍ଠା ଏବଂ ଋଣ ସୁଧ ଫେରସ୍ତ କାର୍ଯ୍ୟକ୍ରମ ଦ୍ୱାରା ଉପକୃତ ହେବେ ଅନେକ ମହିଳା ଉଦ୍ୟୋଗୀ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ୍ ଓ ୫ଟି ସଚିବ ଭି.କେ ପାଣ୍ଡିଆନ ଏବଂ ହଜାର ହଜାର ମହିଳା ଉଦ୍ୟୋଗୀ।

Leave A Reply

Your email address will not be published.