Odisha Link
Bridging the Missing Links in Odisha

ଗିରଫ ହେଲେ ଅଧୀକ୍ଷଣ ଯନ୍ତ୍ରୀ ବିଜୟାନନ୍ଦ ସାହୁ

ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ RWSSର ଅଧିକ୍ଷଣ ଯନ୍ତ୍ରୀ ବିଜୟ କୁମାର ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି

ଓଏଲ୍‌ ବ୍ୟୁରୋ : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ RWSSର ଅଧିକ୍ଷଣ ଯନ୍ତ୍ରୀ। ଭିଜିଲାନ୍ସ ପଞ୍ଝାରେ ଥିବା ଅଧିକ୍ଷଣ ଯନ୍ତ୍ରୀ ଜଣକ ହେଉଛନ୍ତି ବିଜୟ କୁମାର ସାହୁ ଯିଏକି ପରଜଙ୍ଗର ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁତୁରା। ସୂଚନା ଅନୁସାରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପରଜଙ୍ଗର ବିଜେଡି ବିଧାୟକଙ୍କ ପୁତୁରା ବିଜୟ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଲା। ବିଜୟାନନ୍ଦଙ୍କର ୩ କୋଟି ୧୩ ଲକ୍ଷର ଆୟ ବହିର୍ଭୂତ ସଂପତ୍ତି ଠାବ ହୋଇଥିବା ସୂଚନା।

ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ RWSSର ଅଧିକ୍ଷଣ ଯନ୍ତ୍ରୀ ବିଜୟ କୁମାର ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି। ବିଜୟ କୁମାର ସାହୁ RWSSର ଅଧିକ୍ଷଣ ଯନ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି। ବିଜୟଙ୍କ ଡିହଡୋଳ ସ୍ଥିତ ବାସଭବନ, ଭୁବନେଶ୍ୱର, ଢେଙ୍କାନାଳ ଓ ଅନୁଗୋଳରେ ଥିବା ଘର ସମେତ ଏକକାଳୀନ ୮ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ପୂର୍ବରୁ ବିଜୟ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ କ୍ରମେ ଭିଜିଲାନ୍ସ ବିଭାଗ ଘଟଣାର ତଦନ୍ତ କରି ବିଜୟଙ୍କ ଘରେ ଚଢ଼ାଉ କରାଯାଇଥିଲା। ବର୍ତମାନ ତାଙ୍କୁ ଗିରଫ କରାଯାଇଥିବା ଖବରରୁ ଜଣା ପଡିଛି।

Leave A Reply

Your email address will not be published.