Odisha Link
Bridging the Missing Links in Odisha

୧୩୦ କେଜି ଗଞ୍ଜେଇ ଜବତ କଲା ଅବକାରୀ ଟିମ୍, ୬ ଜଣ ଗିରଫ

ଗଞ୍ଜେଇ ବିଳାସପୁର ଏବଂ କୋଇଡାକୁ ଗଞେଇ ମାଫିଆ ଚାଲାଣ କରୁଥିଲେ

ଓଏଲ୍‌ ବ୍ୟୁରୋ : ସମ୍ବଲପୁର ଶାସନ ଥାନା ରମ୍ପେଲା ଏବଂ ମଝିପାଲିିରୁ ଗଞ୍ଜେଇ କାରବାର କରୁଥିବା ଅଭିଯୁକ୍ତଙ୍କୁ ଧରିଛି ଅବକାରୀ ଟିମ୍। ୧ କୁଇଣ୍ଟାଲ ୩୦ କେଜି ଗଞ୍ଜେଇ ଜବତ କରିଛି ଅବକାରୀ ଟିମ୍।

୩ଟି କାରରେ ୧୩୦ କିଲୋ ଗଞ୍ଜେଇ ବିଳାସପୁର ଏବଂ କୋଇଡାକୁ ଗଞେଇ ମାଫିଆ ଚାଲାଣ କରୁଥିଲେ। ଗଞ୍ଜେଇ ମାଫିଆ ୩ଟି କାରରେ ଚାଲାଣ କରୁଥିବା ଗଞ୍ଜେଇ ଜବତ କରିବା ସହ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ଅବକାରୀ ଟିମ୍ ଗିରଫ କରିଥିବା ଜଣା ପଡିଛି।