Odisha Link
Bridging the Missing Links in Odisha

‘ରାଜଶ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ ମିଳିଲେ ତଦନ୍ତ ‌ଆଗେଇବ’

ମୃତ ରାଜଶ୍ରୀଙ୍କ ଭିସେରା ନମୂନା ସଂଗ୍ରହ କରାଯାଇଥିବାବେଳେ ସୁଇସାଇଡ୍ ନୋଟ୍, କଲମ, ପିନ୍ଧା ବସ୍ତ୍ର ମଧ୍ୟ ଜବତ କରାଯାଇଥିବା ଜଣା ପଡିଛି।

ଓଏଲ୍‌ ବ୍ୟୁରୋ : ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ କଟକ ଗ୍ରାମାଞ୍ଚଳ ପୁଲିସ ବିଭାଗର ପ୍ରତିକ୍ରିୟା। ଜବତ ଜିନିଷ ଫୋରେନସିକ୍ ଲ୍ୟାବ୍ ପଠାଯିବ ବୋଲି ସୂଚନା ଦେଇଛନ୍ତି ପୁଲିସ। ମୃତ ରାଜଶ୍ରୀଙ୍କ ଭିସେରା ନମୂନା ସଂଗ୍ରହ କରାଯାଇଥିବାବେଳେ ସୁଇସାଇଡ୍ ନୋଟ୍, କଲମ, ପିନ୍ଧା ବସ୍ତ୍ର ମଧ୍ୟ ଜବତ କରାଯାଇଥିବା ଜଣା ପଡିଛି।

ଗୁରୁଡ଼ିଝାଟିଆ ଥାନାରେ ଏନେଇ ଏକ ଅପମୃତ୍ୟୁ ମାମଲା ହୋଇଛି। ମହିଳା ଖେଳାଳି ରାଜଶ୍ରୀଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ କରିଛନ୍ତି, ସେ ଦିଗରେ ତଦନ୍ତ ହେବ ବୋଲି କଟକ ଗ୍ରାମାଞ୍ଚଳ ପୁଲିସ ପ୍ରକାଶ କରିଛି। ରାଜଶ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ ମିଳିଲେ ତଦନ୍ତ ‌ଆଗେଇବ ବୋଲି କଟକ ପୁଲିସ ସୂଚନା ଦେଇଥିବା ଜଣା ପଡିଛି।

ଅନ୍ୟ ପଟେ, ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି କଟକ ନଗର ବିଜେପି ମହିଳା ମୋର୍ଚ୍ଚା। ଓସିଏ କାର୍ଯ୍ୟାଳୟ ସାମ୍ନାରେ ରାଜଶ୍ରୀଙ୍କ ମୃତ୍ୟୁ ମାମଲାର ନିରପେକ୍ଷ ତଦନ୍ତ ଦାବିରେ ମହିଳା ମୋର୍ଚ୍ଚା ବିକ୍ଷୋଭ କରୁଥିବା ଖବରରୁ ଜଣା ପଡିଛି।

Leave A Reply

Your email address will not be published.