Odisha Link
Bridging the Missing Links in Odisha

ଜନତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍, ଅଧିକ ସନ୍ତାନ ଜନ୍ମ କଲେ ଦିଆଯିବ ପ୍ରୋତ୍ସାହନ

ଓଏଲ୍‌ ବ୍ୟୁରୋ: ଭାରତରେ ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି ଜନସଂଖ୍ୟା। ସାରା ବିଶ୍ବରେ ଜନସଂଖ୍ୟା ମାମଲାରେ ଦ୍ବିତୀୟ ସ୍ଥାନରେ ରହିଛି ଭାରତ। ଯାହାକୁ ନେଇ କେନ୍ଦ୍ର ସରକାର ଚିନ୍ତିତ ଥିବା ସହିତ କିଛି ନୂଆ ଆଇନ୍‌ ପ୍ରଣୟନ କରିବାକୁ ଯୋଜନା କରୁଥିବା ଖବର ବିଭିନ୍ନ ସମୟରେ ଗଣମାଧ୍ୟମରେ ଚର୍ଚ୍ଚା ହୁଏ। ଏପରିକି ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସରକାର ଦେଶବାସୀଙ୍କୁ ସଚେତନ କରାଉଛନ୍ତି। ଏସବୁ ମଧ୍ୟରେ ଚର୍ଚ୍ଚାରେ ସିକିମ୍‌ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ।

ଦକ୍ଷିଣ ସିକିମ୍‌ର ଜୋରଥାଙ୍ଗ ସହରରେ ଅନୁଷ୍ଠିତ ମାଘ ସଂକ୍ରାନ୍ତି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଜନତାଙ୍କୁ ଅଧିକ ସନ୍ତାନ ଜନ୍ମ କରିବାକୁ ଅପିଲ କରିଛନ୍ତି। ସେ କହିଛନ୍ତି, ସିକିମରେ ନିକଟ ବର୍ଷରେ ଜନ୍ମହାର କମିବାରେ ଲାଗିଛି। ଫଳରେ ସ୍ଥାନୀୟ ଜନ ସମୁଦାୟର ଜନସଂଖ୍ୟା ହ୍ରାସ ପାଉଛି। ତେଣୁ ପ୍ରଜନନ ହାର ବୃଦ୍ଧି ପାଇଁ ଅଧିକ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି।

ତମାଙ୍ଗ କହିଛନ୍ତି, ଆମେ ସ୍ଥାନୀୟ ମହିଳାଙ୍କ ଅଧିକ ସନ୍ତାନ ପ୍ରସବ କରିବାକୁ ପ୍ରୋତ୍ସାହିତ କରି ହ୍ରାସ ପାଉଥିବା ପ୍ରଜନନ ହାରକୁ ରୋକିବା ଆବଶ୍ୟକ। ଆମ ସରକାର ପ୍ରଥମ ଦଫାରେ ମହିଳାମାନଙ୍କୁ ୩୬୫ ଦିନ ମାତୃତ୍ୱ ଛୁଟି ଏବଂ ପୁରୁଷ କର୍ମଚାରୀମାନଙ୍କୁ ୩୦ ଦିନ ପୈତୃକ ଛୁଟି ପ୍ରଦାନ କରାଯାଇଛି। ଏହା ଦ୍ୱାରା ସେମାନେ ସନ୍ତାନ ପ୍ରାପ୍ତି ପାଇଁ ଉତ୍ସାହିତ ହୋଇପାରିବେ।

ସେ ଆହୁରି କହିଛନ୍ତି, ତାଙ୍କ ସରକାର ସିକିମର ଡାକ୍ତରଖାନାଗୁଡ଼ିକରେ ‘ଆଇଭିଏଫ’ (ଭିଟ୍ରୋ ଫର୍ଟିଲାଇଜେସନ) ସୁବିଧା ଆରମ୍ଭ କରିଛନ୍ତି, ଯାହା ଦ୍ୱାରା ମହିଳାମାନେ ସ୍ବାଭାବିକ ଭାବରେ ଗର୍ଭଧାରଣ କରିବାକୁ ଉତ୍ସାହିତ ହୋଇପାରିବେ। ଏହି ପ୍ରକ୍ରିୟା ମାଧ୍ୟମରେ ପିଲାମାନଙ୍କୁ ଜନ୍ମ ଦେଉଥିବା ସମସ୍ତ ମହିଳାଙ୍କୁ ତିନି ଲକ୍ଷ ଟଙ୍କା ଅନୁଦାନ ଦିଆଯିବ।

Leave A Reply

Your email address will not be published.