Odisha Link
Bridging the Missing Links in Odisha

ନବ ଦାସ ହତ୍ୟାକାଣ୍ଡର ଚାଲିଛି ତଦନ୍ତ ; ଲେଜର ସ୍କାନରରେ ଛାନଭିନ୍

ତଦନ୍ତ ପାଇଁ ଦିଲ୍ଲୀରୁ ଆସିଛନ୍ତି ଟିମ୍

ଓଏଲ୍ ବ୍ୟୁରୋ : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ତଦନ୍ତ ଜାରି କରିଛି କ୍ରାଇମବ୍ରାଞ୍ଚ। ତଦନ୍ତ ପାଇଁ ଦିଲ୍ଲୀରୁ ଆସିଛନ୍ତି ଟିମ୍। ଲେଜର ସ୍କାନରରେ ନବ ହତ୍ୟାକାଣ୍ଡର ଛାନଭିନ୍ କରାଯାଉଥିବା ଜଣା ପଡିଛି। ଝାରସୁଗୁଡ଼ା ଗାନ୍ଧି ଛକ ଗୁଳିକାଣ୍ଡ ସ୍ଥଳରେ କ୍ରାଇମବ୍ରାଞ୍ଚ୍ ଟିମ୍ ସହ ସାଇଣ୍ଟିଫିକ୍ ଟିମ୍‌ ଯାଞ୍ଚ କରୁଥିଲା। ଗୁଳିକାଣ୍ଡର ବିଭିନ୍ନ ଦିଗ ସମ୍ପର୍କରେ ଅନୁଧ୍ୟାନ କରାଯାଇଥିବା ସୂଚନା ମିଳିଥିଲା। କିପରି ଭାବେ ପୁଲିସ କର୍ମଚାରୀ ଗୋପାଳ ଦାସ ଗୁଳି କଲା ଘଟଣାର ଛାନଭିନ୍ ଚାଲିଥିଲା। ଗାନ୍ଧୀଛକ ନିକଟ ଘରଦ୍ୱାର ଓ ରାସ୍ତାର କ୍ରାଇମବ୍ରାଞ୍ଚ ଥ୍ରୀଡି ଚିତ୍ର ନେଇଥିବା ସୂଚନା ମିଳିଛି।

ଅନ୍ୟପକ୍ଷେ ଗୋପାଳ ଘରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ୍ ଟିମ୍। ବିଏନ୍‌ପୁର ଥାନା ଜଳେଶ୍ୱରପୁର ସ୍ଥିତ ପୈତୃକ ଘରେ କ୍ରାଇମବ୍ରାଞ୍ଚ ଟିମ ପହଂଚି ପରିବାର ଲୋକଙ୍କୁ ପଚରାଉଚରା କରିଥିଲା। ତେବେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ତଦନ୍ତ ଚାଲିଥିବାବେଳେ ପୋଷ୍ଟମର୍ଟମ ରିପୋର୍ଟ ଦାଖଲ କରାଯାଇଥିବା ସୂଚନା ମିଳିଛି। କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଟିମ୍‌ର ଜଣେ ଡାକ୍ତର ରିପୋର୍ଟ ଦାଖଲ କରିଥିବା ସୂଚନା। ତେବେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ହତ୍ୟାର ତଦନ୍ତ ଜାରି ରହିଥିବାବେଳେ ସାଇଣ୍ଟିଫିକ୍ ଟିମ୍‌ ମଧ୍ୟ କ୍ରାଇମବ୍ରାଞ୍ଚକୁ ତଦନ୍ତରେ ସାହାଯ୍ୟ କରୁଥିବା ଖବରରୁ ଜଣା ପଡିଛି।

Leave A Reply

Your email address will not be published.