Odisha Link
Bridging the Missing Links in Odisha

ଆଶାରାମ ବାପୁଙ୍କୁ ଆଜୀବନ କାରାଦଣ୍ଡ

ପ୍ରାୟ ୧୦ ବର୍ଷ ତଳର ଏକ ଦୁଷ୍କର୍ମ ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି

ଓଏଲ୍ ବ୍ୟୁରୋ : ବହୁ ଚର୍ଚ୍ଚିତ ଆଧ୍ୟାତ୍ମିକ ଗୁରୁ ଆଶାରାମ ବାପୁଙ୍କୁ ଲାଗିଲା ବଡ଼ ଝଟକା। ଆଜୀବନ ଜେଲ୍ ଦଣ୍ଡାଦେଶ ଘୋଷଣା କଲେ ଗାନ୍ଧିନଗର ସେସନ୍ସ କୋର୍ଟ। ଆଶାରାମ ବାପୁଙ୍କ ଏକ ଦୁଷ୍କର୍ମ ମାମଲାର ବିଚାର କରି ଦଣ୍ଡାଦେଶ କଲେ କୋର୍ଟ। ପ୍ରାୟ ୧୦ ବର୍ଷ ତଳର ଏକ ଦୁଷ୍କର୍ମ ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ସୂଚନା ଅନୁସାରେ, ଆଧ୍ୟତ୍ମିକ ଗୁରୁ ଭାବେ ପରିଚିତ ଆଶାରାମ ବାପୁ ଏକ ଦୁଷ୍କର୍ମ ମାମଲାରେ ଏଭଳି ଶୁଣାଣି ଦେଇଛି କୋର୍ଟ। ପୂର୍ବରୁ ନିଜର ଜଣେ ମହିଳା ଅନୁଗାମୀଙ୍କୁ ଆଶାରାମ ବାପୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଥିଲା। ତେବେ ଆଜି ଏହି ମାମଲାରେ ଦଣ୍ଡାଦେଶ ଘୋଷଣା କରିଛନ୍ତି କୋର୍ଟ। ଅନ୍ୟପକ୍ଷରେ ଏହି ମାମଲାରେ ଅନ୍ୟ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ଦର୍ଶାଇ ଛାଡି଼ ଦେଇଛନ୍ତି କୋର୍ଟ।

ଗତ ୨୦୧୩ ବର୍ଷରେ ଅଭିଯୋଗ ହୋଇଥିଲା ଯେ ଆଶାରାମ ବାପୁ ସୁରଟ ଅଞ୍ଚଳର ଜଣେ ଝିଅକୁ ଦୁଷ୍କର୍ମ କରିଛନ୍ତି। ଏହା ସହିତ ଅଶାରାମ ବାପୁଙ୍କ ପୁଅ ନାରାୟଣ ସାଇ ପୀଡିତାଙ୍କ ଭଉଣୀକୁ ବଳାତ୍କାର କରିଥିବାର ଅଭିଯୋଗ ହୋଇଥିଲା। ପ୍ରମାଣ ଅଭାବରୁ ଆଶାରାମ ବାପୁଙ୍କ ପତ୍ନୀଙ୍କ ସମେତ ଅନ୍ୟ୬ ଜଣ ଅଭିଯୁକ୍ତଙ୍କୁ କୋର୍ଟ ନିର୍ଦ୍ଦୋଶରେ ଖଲାସ କରିଛନ୍ତି।

ଅହମ୍ମଦାବାଦସ୍ଥିତ ଚାନ୍ଦଖେଡା ଥାନାରେ ଦାଖଲ ହୋଇଥିବା ଏଫଆଇଆର ଅନୁଯାୟୀ, ଆଧ୍ୟାତ୍ମିକ ଗୁରୁ ଜଣଙ୍କ ୨୦୦୧-୦୬ ମଧ୍ୟରେ ମହିଳାଙ୍କୁ ଅନେକ ଥର ଦୁଷ୍କର୍ମ କରିଥିଲେ। ଯେତେବେଳେ ସେ ସହର ବାହାରେ ଅବସ୍ଥିତ ତାଙ୍କ ଆଶ୍ରମରେ ରହୁଥିଲେ। ତେବେ ଏହି ମାମଲାର ଅଭିଯୋଗ କ୍ରମେ ବାପୁଙ୍କୁ ଆଜୀବନ କରାଦଣ୍ତରେ ଦଣ୍ଡିତ କରିଥିବା ଜଣା ପଡିଛି।

Leave A Reply

Your email address will not be published.