Odisha Link
Bridging the Missing Links in Odisha

ପରୀକ୍ଷା କେନ୍ଦ୍ରରେ ୫୦୦ ଝିଅଙ୍କୁ ଦେଖି ଚେତାଶୂନ୍ୟ ହୋଇଗଲେ ଛାତ୍ର, ଆଉ ତାପରେ…

ଏତେ ସଂଖ୍ୟକ ଛାତ୍ରୀଙ୍କ ଭିତରେ ନିଜକୁ ଏକା ପାଇ ଦ୍ୱନ୍ଦ୍ୱରେ ପଡିଯାଇଥିଲା

ଓଏଲ୍‌ ବ୍ୟୁରୋ : ପରୀକ୍ଷା ସେଣ୍ଟରରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ନାଳନ୍ଦାର ବିହାରସରିଫ ଅଲ୍ଲାମା ଇକବାଲ କଲେଜରେ ଇଣ୍ଟର ପରୀକ୍ଷା ପାଇଁ ସେଣ୍ଟର ହୋଇଥିବାବେଳେ ସେଠାରେ ଏକ ଘଟଣା ସମସ୍ତଙ୍କୁ ଚକିତ କରିଛି। ମନୀଷ ନାମକ ଜଣେ ଛାତ୍ର ଇଣ୍ଟର ପରୀକ୍ଷା ଦେବାକୁ ପରୀକ୍ଷା ସେଣ୍ଟର ପହଞ୍ଚିଥିଲା। ପହଞ୍ଚିବା ପରେ ସେଠାରେ ସେ ଦେଖିଥିଲେ ତାଙ୍କୁ ଛାଡି ଅନ୍ୟ କୌଣସି ଛାତ୍ର ନଥିଲେ।

ପରୀକ୍ଷା ସେଣ୍ଟରରେ ପାଖାପାଖି ୫୦୦ ଛାତ୍ରୀ ପରୀକ୍ଷା ଦେବାକୁ ଆସିଥିଲେ। ଏତେ ସଂଖ୍ୟକ ଛାତ୍ରୀଙ୍କ ଭିତରେ ନିଜକୁ ଏକା ପାଇ ଦ୍ୱନ୍ଦ୍ୱରେ ପଡିଯାଇଥିଲା ମନୀଷ। କିଛି ସମୟ ପରେ ଏତେ ସଂଖ୍ୟକ ଛାତ୍ରୀଙ୍କ ଭିତରେ ନିଜକୁ ଏକୁଟିଆ ପାଇ ଚେତାଶୂନ୍ୟ ହୋଇପଡିଲେ ଛାତ୍ର। ଅଚେତ ହେବା ପରେ ଛାତ୍ର ମନୀଷଙ୍କୁ ଚିକିତ୍ସାଳୟର ସ୍ଥାନାନ୍ତର କରାଯାଇଥିବା ଜଣା ପଡିଥିଲା।