ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକ ଓ ଯୁବତୀଙ୍କ ମୃତଦେହ
ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିଥିବା ଯୁବକ ହେଉଛନ୍ତି ଜାମୁପାଲି ଗାଁର ବ୍ୟକ୍ତି
ଓଏଲ୍ ବ୍ୟୁରୋ : ସତର୍କତା ଯେତେ ବୃଦ୍ଧି ପାଇଲେ ମଧ୍ୟ ଆତ୍ମହତ୍ୟା ଓ ମୃତ୍ୟୁ ବଢ଼ିବାରେ ଲାଗିଛି। ବୌଦ୍ଧ ଜିଲ୍ଲାରେ ଏକ ହୃଦୟବିଦାରକ ଘଟଣା ଘଟିଥିବା ଖବରରୁ ଜଣା ପଡ଼ିଛି। ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣା ପଡ଼ିଛି।
ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିଥିବା ଯୁବକ ହେଉଛନ୍ତି ଜାମୁପାଲି ଗାଁର ବ୍ୟକ୍ତି। ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବା ଯୁବତୀଙ୍କ ପରିଚୟ ସ୍ପଷ୍ଟ ହୋଇନଥିବା କୁହାଯାଉଛି। ତେବେ ବୌଦ୍ଧ ଜିଲ୍ଲା ବଗିଆପଡା ଫାଣ୍ଡି ଗୌଡ଼ଦେଇ ଇଂଜିନିୟରିଂ କଲେଜ ପାଖ ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ ଯୁବକ ଓ ଯୁବତୀଙ୍କ ମୃତଦେହ ମିଳିଥିବାବେଳେ ଘଟଣାସ୍ଥଳରେ ବଗିଆପଡା ଫାଣ୍ଡି ଅଧିକାରୀଙ୍କ ଛାନଭିନ୍ କରୁଥିବା ଜଣା ପଡ଼ିଛି।