Odisha Link
Bridging the Missing Links in Odisha

ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା : ଜଣେ ମୃତ ଏବଂ ୮ ଗୁରୁତର

ଦୁର୍ଘଟଣାରେ ସମ୍ମୁଖୀନ ହୋଇ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି।

ଓଏଲ୍‌ ବ୍ୟୁରୋ : ପୁରୀରୁ ଜଗା ଦର୍ଶନ କରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ସମ୍ମୁଖୀନ ହୋଇଛି ଏକ ତୀର୍ଥଯାତ୍ରୀ ବସ୍। ଦୁର୍ଘଟଣାଗ୍ରସ୍ତ ହୋଇଥିବା ବସଟି ମହାରାଷ୍ଟ୍ରରୁ ଯାତ୍ରୀ ନେଇ ତୀର୍ଥଯାତ୍ରା ପାଇଁ ଜଗନ୍ନାଥ ଧାମ ଆସିଥିଲା। ଦର୍ଶନ ସାରି ଫେରିବା ସମୟରେ ବରଗଡ଼ ଜିଲ୍ଲା ସୋହେଲା କଲେଜ ନିକଟରେ ପର୍ଯ୍ୟଟକ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଦୁର୍ଘଟଣାରେ ସମ୍ମୁଖୀନ ହୋଇ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି। ମୃତକ ଜଣକ ମହାରାଷ୍ଟ୍ରର ଜଲଗାଓଁ ଜିଲ୍ଲାର ଅତର ଦେବ। ଦୁର୍ଘଟଣାରେ ୧୫ଜଣ ଆହତ ହୋଇଥିବାବେଳେ ବୁର୍ଲା ସରକାରୀ ଡାକ୍ତରଖାନାରେ ସେମାନଙ୍କୁ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ରାସ୍ତାକଡ଼ରେ ତୀର୍ଥଯାତ୍ରୀ ବସ୍ ଅଟକିଥିଲା। ବସରେ ମୋଟ ୪୫ ଜଣ ଯାତ୍ରୀ ଥିଲେ। କିଛି ଯାତ୍ରୀ ବସରୁ ଓହ୍ଲାଇଥିଲେ। ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ବସକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଜଣଙ୍କର ମୁତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଥିବା ବେଳେ ୮ଜଣ ଗୁରୁତର ହୋଇଥିବା ଜଣା ପଡ଼ିଛି।

Leave A Reply

Your email address will not be published.