Odisha Link
Bridging the Missing Links in Odisha

ଜେଲ୍‌ରୁ ଫେରାର ହେଲା କଏଦୀ

ପୂର୍ବରୁ କଏଦୀ ବାସୁଦେବପୁର ଜେଲରେ ଥିଲେ

ଓଏଲ୍‌ ବ୍ୟୁରୋ : ସୋର ଉପକାରାଗାରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିବା ଖବରରୁ ଜଣା ପଡ଼ିଛି। ଉପକାରାଗାର ପାଚେରି ଡେଇଁ କଏଦୀ ଚମ୍ପଟ ହୋଇଯାଇଛି। ସୋର ଉପକାରାଗାର ପାଚେରି ଡେଇଁ ଫେରାର ହୋଇଥିବା କଏଦୀ ଜଣଙ୍କ ଭଦ୍ରକ ଜିଲ୍ଲା କଶିଆ ମେରାଇନ ଥାନା ବିଦେଇପୁର ଗାଁର ବୋଲି ଜଣା ପଡ଼ିଛି।

ପୂର୍ବରୁ କଏଦୀ ବାସୁଦେବପୁର ଜେଲରେ ଥିଲେ। ପରେ କଏଦୀକୁ ସୋର ଉପକାରାଗାର ସ୍ଥାନାନ୍ତର କରାଯାଇଥିଲା। ବର୍ତ୍ତମାନ ସୋର ଉପାକାରାଗାରରୁ ପୁଲିସକୁ ଚଖମା ଦେଇ କଏଦୀ ଚମ୍ପଟ ମାରିଥିବା ସୋର ଥାନାରେ ଏତଲା ଦିଆଯାଇଥିବା ଜଣା ପଡ଼ିଛି।

Leave A Reply

Your email address will not be published.