Odisha Link
Bridging the Missing Links in Odisha

ତୁର୍କୀରେ ପ୍ରକୃତିର ତାଣ୍ଡବ; ମୃତ୍ୟୁ ସଂଖ୍ୟା ଟପିଲାଣି ୨୫ ହଜାର

ତୁଷାରପାତ କାରଣରୁ ଉଦ୍ଧାର କାର୍ଯ୍ୟରେ ଅସୁବିଧା ହେଉଥିବା ଜଣା ପଡିଛି

ଓଏଲ୍‌ ବ୍ୟୁରୋ : ତୁର୍କୀରେ ପ୍ରକୃତିର ତାଣ୍ଡବ କାରଣରୁ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ଭୂକମ୍ପରେ ଥରି ଉଠିଛି ତୁର୍କୀ ଓ ସିରିଆ। ଭୂକମ୍ପ କାରଣରୁ ୨୫ ହଜାର ଟପିଲାଣି ମୃତକଙ୍କ ସଂଖ୍ୟା। ଏବେ ବି ଧ୍ୱଂସାବଶେଷ ତଳେ ଚାପିହୋଇ ରହିଛି ଅନେକ ଜୀବନ। ଅନ୍ୟପକ୍ଷେ ତୁର୍କୀରେ ତୁଷାରପାତ ହେବାରେ ଲାଗିଛି। ତୁଷାରପାତ କାରଣରୁ ଉଦ୍ଧାର କାର୍ଯ୍ୟରେ ଅସୁବିଧା ହେଉଥିବା ଜଣା ପଡିଛି। ଅନେକ ଜୀବନ ଛଟପଟ ହେଉଛନ୍ତି ଭଗ୍ନାବଶେଷ ତଳେ।

ସୂଚନା ଅନୁସାରେ, ତୁର୍କୀରେ ବାରମ୍ବାର ଭୂକମ୍ପର ଝଟକା ଅନୁଭୂତ ହୋଇଥିବା ଜଣା ପଡିଥିଲା। ଭୂକମ୍ପରେ ଅନେକ ଲୋକଙ୍କ ପ୍ରାଣ ଚାଲିଯାଇଥିବାବେଳେ ବଡ ବଡ଼ କୋଠା ଭାଙ୍ଗି ଯାଇଛି। ତେବେ ବଡ଼ ବଡ଼ କୋଠା ତଳେ ଅନେକ ଲୋକ ଚାପି ହୋଇ ରହିଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭୂକଂପ ପ୍ରବଣ ଅଂଚଳକୁ ଭାରତରୁ ଏନଡିଆରଏଫ ଟିମ୍‌ ଯବାନଙ୍କୁ ପଠାଇଛନ୍ତି ଭାରତ ସରକାର। ଭାରତରୁ ତୁର୍କୀ ପାଇଁ ରିଲିଫ ସାମଗ୍ରୀ ଓ ଜରୁରୀକାଳୀନ ଔଷଧ ଦିଆଯାଇଥିବା ସୂଚନା। ବାରମ୍ବାର ଭୂମିକମ୍ପ ଅନୁଭୂତ ହେବା କାରଣରୁ ଉଦ୍ଧାର କାର୍ଯ୍ୟରେ ଅସୁବିଧା ହେଉଥିବା ଜଣା ପଡ଼ିଥିଲା।

ଭୂକଂପରେ ଘର ଭାଙ୍ଗିବା ଯୋଗୁଁ ଅନେକ ଲୋକ ଫଶି ରହିଛନ୍ତି। ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ସୂଚନାଥାଉକି, ତୁର୍କୀ ହେଉଛି ବିଶ୍ୱର ଅନ୍ୟତମ ଭୂମିକମ୍ପ ପ୍ରବଣ ଅଞ୍ଚଳ। ୧୯୯୯ରେ ତୁର୍କୀର ଡସ୍‌ଜେ ବଡ଼ଧରଣର ଭୂମିକମ୍ପ ହୋଇଥିଲା। ତେବେ ଏଭଳି ଭୂକମ୍ପ ପ୍ରବଣ ଅଂଚଳର କରୁଣ ପରିସ୍ଥିତି ବିଶ୍ୱବାସୀଙ୍କ ମନକୁ ଆନ୍ଦୋଳିତ କରିଦେଇଛି।

Leave A Reply

Your email address will not be published.