Odisha Link
Bridging the Missing Links in Odisha

‘ଡାକୋଟା’ର କାହାଣୀ ଜାଣିବ ସାରା ବିଶ୍ବ, ବାପାଙ୍କ ପ୍ରିୟ ବିମାନକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ। ଏହି ଅବସରରେ ଭୁବନେଶ୍ବର ବିମାନବନ୍ଦର ପରିସରରେ ପ୍ରବାଦ ପୁରୁଷଙ୍କ ବୀରତ୍ୱର ମୁକସାକ୍ଷୀ ‘ଡାକୋଟା’କୁ ଲୋକାର୍ପିତ କରିଛନ୍ତି ପୁଅ ଅର୍ଥାତ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଆଜିଠୁ ବିଜୁ ବାବୁଙ୍କ ପ୍ରିୟ ଡାକୋଟାକୁ ଦେଖିଲେ ଓଡ଼ିଶାବାସୀ। ପ୍ରବାଦ ପୁରୁଷଙ୍କ ବୀରତ୍ବର ମୁକସାକ୍ଷୀ ଡାକୋଟାକୁ ପାଖରୁ ଦେଖିବେ ଜନସାଧାରଣ।

ଏଣିକି ଡାକୋଟାର କାହାଣୀ ଜାଣିବେ ଦେଶ ବିଦେଶେ ଲୋକେ। ଦ୍ବିତୀୟ ବିଶ୍ବଯୁଦ୍ଧ, ସ୍ବାଧୀନତା ମୁକ୍ତି ସଂଗ୍ରାମ, କାଶ୍ମୀରରେ ଅନୁପ୍ରବେଶକୁ ପ୍ରତିହତ କରିବା ପାଇଁ ବିଜୁ ବାବୁ ଯେପରି ଅଦମ୍ୟ ସାହାସ ଦେଖାଇଥିଲେ ପୂର୍ବରୁ ସେସବୁ କାଗଜ କଲମରେ କେବଳ ପଢିବାକୁ ମିଳୁଥିଲା। ଏଣିକି ବାସ୍ତବରେ ଏହାକୁ ଦେଖିବେ ଜନସାଧାରଣ।ଏଥିପାଇଁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସବୁପ୍ରକାରର ବ୍ୟବସ୍ଥା ହୋଇଥିଲା। ଏହି ଲୋକାର୍ପିତ ଉତ୍ସବରେ ସାମିଲ ଅଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଟୁକୁନି ସାହୁ, ପୋଲିସ ଡିଜି ଏବଂ ଅନ୍ୟ ଦଳୀୟ କର୍ମୀ।

ଗତ ଜାନୁଆରୀରେ ଭୁବନେଶ୍ୱର ଆସିଥିଲା ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ। କୋଲକାତାରୁ ଭୁବନେଶ୍ୱର ବିମାନ ବନ୍ଦରକୁ ବିମାନକୁ ଅଣାଯାଇଥିଲା। ଭୁବନେଶ୍ୱର ବିମାନବନ୍ଦର ସମ୍ମୁଖରେ ଏହାକୁ ରଖାଯାଇଛି। ବିଜୁ ବାବୁଙ୍କ ପ୍ରିୟ ବିମାନ ଥିଲା ଡାକୋଟା। ଏହି ବିମାନରେ ବହୁ ଦୁଃସାହସିକ କାରନାମା କରି ଦେଖାଇଥିଲେ ବିଜୁ ବାବୁ।

Leave A Reply

Your email address will not be published.