Odisha Link
Bridging the Missing Links in Odisha

ସୋଆରେ ପ୍ରେରଣାଦାୟୀ ଆଲୋଚନା ”ଉଇ କ୍ୟାନ୍‌ ..ଉଇ କ୍ୟାନ୍‌”

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଫ୍ୟାକ୍ଟଲି ଅଫ୍‌ ଏଗ୍ରିକଲ୍‌ଚରାଲ ସାଇନ୍‌ସସେ (ଆଇଏଏସ୍‌)ର ସଭା ଗୃହରେ ଏକ ପ୍ରେରଣାଦାୟୀ ଆଲୋଚନା “ଉଇ କ୍ୟାନ୍‌ ..ଉଇ କ୍ୟାନ୍‌” ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ଉଦ୍‌ଘାଟକ ତଥା ମୁଖ୍ୟ ଅତିଥି ଭାବରେ ଆର୍ନ୍ତଜାତୀୟ ଖ୍ୟାତି ସମ୍ପନ୍ନ ବିଶିଷ୍ଟ ଶିକ୍ଷାବିତ୍‌ ପ୍ରଫେସର ଜିଏସ୍‌ ମୂର୍ତି ଯୋଗ ଦେଇ ସାମାଜିକ ମୂଲ୍ୟବୋଧ ହିଁ ଯେ କୌଣସି ପ୍ରେରଣାର ମୂଳ ଉତ୍ସ ବୋଲି କହିଥିଲେ ।

ପ୍ରତି ଗ୍ରାମରେ ଦେବତା ବା ଦେବୀ ଓ ଆମେ ପାଳନ କରୁଥିବା ପ୍ରତି ପ୍ରଥା, ପରମ୍ପରା ହିଁ ଜଣେ ମଣିଷର ପ୍ରେରଣାର ଆରମ୍ଭ ବୋଲି ସେ କହିଥିଲେ । ମୁଖ୍ୟବକ୍ତା ଭାବରେ ଜାତୀୟ ସ୍ତରର ଜଣେ ସ୍ୱନାମଧନ୍ୟ ଶିକ୍ଷାବିତ୍‌ ତଥା ବାଗ୍ମୀ କମାଣ୍ଡର ଭିକେ ଜେଟଲି ଯୋଗ ଦେଇ ଦୀର୍ଘ ସମୟ ଧରି ପ୍ରେରଣାଦାୟୀ ବକ୍ତବ୍ୟ ରଖି ଶ୍ରୋତା ମାନଙ୍କୁ ବାନ୍ଧି ରଖିଥିଲେ । ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରି ସେ କହିଥିଲେ ଯେ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଦେଶ ଯେତେ ଆଗେଇଲେ ବି ଆମେ ମୂଳକୁ ଭୁଲି ଯିବା ଉଚିତ୍‌ ନୁହେଁ । ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ ଭାରତୀୟ ଯୁବ ସମାଜ ପାଇଁ
ସର୍ବଶ୍ରେଷ୍ଠ ପ୍ରେରଣା ବୋଲି ଅତିଥି ମାନେ ମଧ୍ୟ ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଭାବରେ ବିଶିଷ୍ଟ ଶିକ୍ଷାବିତ୍‌ ପ୍ରଫେସର ଦାମୋଦର ଆଚାର୍ଯ୍ୟ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ ପରିବାର ହିଁ ସେମାନଙ୍କ ପ୍ରେରଣା ବୋଲି ସେ କହିଥିଲେ ।

ସୋଆ କୁଳପତି ପ୍ରଫେସର ବିଜୟ କୁମାର ସାହୁ ଏହି ସଭାରେ ସ୍ୱାଗତ ଭାଷଣ ଦେଇ ସୋଆ ବିଶ୍ୱବିଦ୍ୟାଳୟ ର ଉନ୍ନତି ଓ ଅଭିବୃଦ୍ଧି ସମ୍ପର୍କରେ ସୂଚନା ଦେଇ ଏହି କାର୍ଯ୍ୟକ୍ରମର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସୋଆ ଛାତ୍ରମଙ୍ଗଳ ଡିନ୍‌ ପ୍ରଫେସର ( ଡକ୍ଟର) ଜ୍ୟୋତି ରଂଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିଥିଲେ । ଶ୍ରୀ ଅରବିନ୍ଦ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବ ଯୋଗାଦେଇଥିବା ଅତିଥିମାନଙ୍କୁ ପ୍ରଫେସର ଦାମୋଦର ଆଚାର୍ଯ୍ୟ ସମ୍ବର୍ଦ୍ଧିତ କରିଥିଲେ । ଉତ୍ସବରେ ସୋଆର ବରିଷ୍ଠ ପ୍ରାଧ୍ୟାପକ, ବିଭାଗୀୟ ମୁଖ୍ୟ ତଥା ଶତାଧିକ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.