Odisha Link
Bridging the Missing Links in Odisha

ମେଘାଚ୍ଛନ୍ନ ଆକାଶ, ବିଜୁଳି-ଘଡ଼ଘଡ଼ି ସହ ହୋଇପାରେ ବର୍ଷା

ପଶ୍ଚିମାଝଡ଼ ପ୍ରଭାବରେ ସାରା ରାଜ୍ୟରେ ହେବ ବର୍ଷା।

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଶେଷ ହୋଇଛି ଶୀତର ପ୍ରକୋପ। ବିଭିନ୍ନ ଜିଲ୍ଲାରେ ତାପମାତ୍ରା ବୃଦ୍ଧି ପାଇଥିବାବେଳେ କିଛି ଜିଲ୍ଲାରେ ବର୍ଷା ପବନ ହେବାର ସମ୍ଭାବନା ରହିଛି। ଆଜି ବିଭିନ୍ନ ଜିଲ୍ଲାରେ ସକାଳୁ ମେଘୁଆ ପାଗ ସାଙ୍ଗକୁ ମୃଦୁ ପବନ ଅନୁଭୂତ ହୋଇଛି। ପାଣିପାଗ ବିଭାଗ ସୂଚନା ଅନୁସାରେ, ଦୀର୍ଘଦିନ ପରେ ଆଜିଠୁ ଭିଜିବ ରାଜ୍ୟ। ପଶ୍ଚିମାଝଡ଼ ପ୍ରଭାବରେ ସାରା ରାଜ୍ୟରେ ହେବ ବର୍ଷା। ଉପକୂଳ ଓ ପାର୍ଶ୍ବବର୍ତ୍ତୀ ଜିଲ୍ଲାରେ ପଶ୍ଚିମାଝଡ଼ର ପ୍ରଭାବ ରହିବାର ସମ୍ଭାବନା ରହିଛି।

ପଶ୍ଚିମାଝଡ଼ର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି-ଘଡ଼ଘଡ଼ି ସହ ହୋଇପାରେ ବର୍ଷା। ବର୍ଷା ପାଇଁ ଆଜି ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ଢେଙ୍କାନାଳ, ଅନୁଗୁଳ, ଯାଜପୁର, କନ୍ଧମାଳ, କଳହାଣ୍ଡି, ରାୟଗଡ଼ା ଏବଂ ନବରଙ୍ଗପୁରରେ ଝଡ଼ ପବନ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷେ, ବିଭିନ୍ନରେ ସ୍ଥାନରେ ଜଙ୍ଗଲ ଜଳୁଥିବାରୁ ବର୍ଷାକୁ ଅପେକ୍ଷା କରାଯାଇଛି।