Odisha Link
Bridging the Missing Links in Odisha

ଦୁର୍ନୀତିରେ ଉବୁଟୁବୁ ସରକାରୀ କର୍ମଚାରୀ, ବର୍ଷକରେ ୧୯୦ ଗିରଫ

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାର ଦୁର୍ନୀତି ବିରୋଧରେ ଜିରୋ ଟଲେରାନ୍ସ ନୀତି ଆପଣାଇଛନ୍ତି। ଏନେଇ ସ୍ଲୋଗାନ ମଧ୍ୟ ଦେଉଛନ୍ତି ରାଜ୍ୟ ସରକାର। ହେଲେ ରାଜ୍ୟରେ ଦିନକୁ ଦିନ ଦୁର୍ନୀତି କାୟାବିସ୍ତାର କରିବାରେ ଲାଗିଛି। ଦୁର୍ନୀତି ପାଇଁ ଗତ ୨୦୨୨ ମସିହାରେ ରାଜ୍ୟ ଭିଜିଲାନ୍ସ ୧୯୦ଜଣ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ଆଉ ଯେଉଁ କର୍ମଚାରୀଙ୍କ ଘରେ ବି ଭିଜିଲାନ୍ସ ଚଢ଼ଉ କରିଛି ସେମାନଙ୍କଠୁ ପୁଳାପୁଳା ଆୟବର୍ହିଭୁତ ସମ୍ପତ୍ତି ଠୁଳ କରିଥିବା ଜଣାପଡ଼ିଛି।

ରାଜ୍ୟ ଭିଜିଲାନ୍ସ ବିଭାଗର ସୂଚନା ଅନୁସାରେ, ୨୦୨୨ ମସିହାରେ ରାଜ୍ୟ ଭିଜିଲାନ୍ସ ଦୁର୍ନୀତି ଓ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ମାମଲାରେ ମୋଟ ୧୯୦ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରେ ୩୬ଜଣ ପ୍ରଥମ ଶ୍ରେଣୀ ଅଧିକାରୀ ଥିବାବେଳେ ୩୭ଜଣ ଦ୍ୱିତୀୟ ଶ୍ରେଣୀ ଅଧିକାରୀ, ୧୦୬ଜଣ ତୃତୀୟ ଶ୍ରେଣୀ କର୍ମଚାରୀ, ୪ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ, ୭ଜଣ ସରକାରୀ କର୍ମଚାରୀ ଓ ଅନ୍ୟ ୮ଜଣ ଘରୋଇ ବ୍ୟକ୍ତିଙ୍କୁ ଭିଜିଲାନ୍ସ ଗିରଫ କରିଥିଲା।

ସବୁଠୁ ବଡ଼କଥା ହେଲା ୧୯୮ ଜଣ ଗିରଫ ହୋଇଥିବା ବେଳେ ଦୋଷୀ ସାବ୍ୟସ୍ତ ହୋଇ ୩୦ଜଣ ସରକାରୀ କର୍ମଚାରୀଙ୍କୁ ନିଜର ଚାକିରିରୁ ବରଖାସ୍ତ ହେବାକୁ ପଡ଼ିଛି । ୨ଜଣ ପ୍ରଥମ ଶ୍ରେଣୀ ଓ ୮ଜଣ ଦ୍ୱିତୀୟ ଶ୍ରେଣୀ ଅଧିକାରୀଙ୍କ ସମେତ ୨୦ଜଣ ତୃତୀୟ ଶ୍ରେଣୀ କର୍ମଚାରୀ ରହିଛନ୍ତି।ସେହିପରି ୨୦୨୨ ମସିହାରେ ରାଜ୍ୟ ଭିଜିଲାନ୍ସ ଦ୍ୱାରା ୬୦୬ଜଣଙ୍କ ବିରୁଦ୍ଧରେ ମୋଟ ୨୮୭ଟି ଅପରାଧ ମାମଲା ରୁଜୁ କରାଯାଇଥିଲା।

Leave A Reply

Your email address will not be published.