Odisha Link
Bridging the Missing Links in Odisha

ବିବାହ ପରେ ନିଖୋଜ ଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ

ମୃତଦେହ ଉଦ୍ଧାର ହୋଇଥିବା ଯୁବକ ଜଣକ ବିବାହ ପରେ ନିଖୋଜ ଥିଲେ।

ଓଏଲ୍‌ ବ୍ୟୁରୋ: ତେଲକୋଇ ଅଞ୍ଚଳରେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ହରିଚନ୍ଦନପୁର ଥାନା କାଳିମାଟି ଜଙ୍ଗଲରୁ ଜଣେ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ମୃତଦେହ ଉଦ୍ଧାର ହୋଇଥିବା ଯୁବକ ଜଣକ ବିବାହ ପରେ ନିଖୋଜ ଥିଲେ।

ଗତକାଲିଠୁ ନିଖୋଜ ହୋଇଥିବା ଏହି ଯୁବକଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ଜଣା ପଡିଛି। ତେବେ ବିବାହ ପରେ କେଉଁ କାରଣରୁ ଯୁବକଙ୍କର ମୃତ୍ୟୁ ଘଟିଛି, ଏନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ପୁଲିସ ଘଟଣାର ତଦନ୍ତ ଜାରି କରିଛି।

Leave A Reply

Your email address will not be published.