Odisha Link
Bridging the Missing Links in Odisha

ଷ୍ଟିୟରିଂ ଛାଡ଼ ଆନ୍ଦୋଳନ: ରାଜରାସ୍ତାରେ ଡ୍ରାଇଭର ସଂଘର ପ୍ରତିବାଦ

୧୦ ଦଫା ଦାବିରେ ଡ୍ରାଇଭର ସଂଘ ପକ୍ଷରୁ ଏହି ଷ୍ଟିୟରିଂ ଛାଡ ଆନ୍ଦୋଳନ।

ଓଏଲ୍‌ ବ୍ୟୁରୋ: ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓଲ୍ହାଇଛନ୍ତି ଡ୍ରାଇଭର ସଂଘ। ଅନେକ ସ୍ଥାନରେ ଗାଡି ରୋକ କରାଯାଉଥିବାବେଳେ ବିଭିନ୍ନ ସ୍ଥାନରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି। ତେବେ ୧୦ ଦଫା ଦାବିରେ ଡ୍ରାଇଭର ସଂଘ ପକ୍ଷରୁ ଏହି ଷ୍ଟିୟରିଂ ଛାଡ ଆନ୍ଦୋଳନ ହୋଇଛି।

ଆଜି ସକାଳୁ ଏହି ଆନ୍ଦୋଳନ ଆରମ୍ଭ ହୋଇଥିବାବେଳେ ଯଦି ଦାବି ପୂରଣ ନହୁଏ ତେବେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଡ୍ରାଇଭର ଏକତା ମହାମଞ୍ଚ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି। ତେବେ ଆନ୍ଦୋଳନ ସମୟରେ ମାଲବାହୀ ଗାଡ଼ିଗୁଡ଼ିକ କାଁଭାଁ ଚାଲୁଥିଲା ବେଳେ ଯାତ୍ରୀବାହୀ ବସ୍‌ଗୁଡ଼ିକ ଚଳାଚଳରେ ବାଧାପ୍ରାପ୍ତ ହୋଇଛି।

ରାଜ୍ୟର ଅନେକ ସ୍ଥାନରେ ବସ୍‌ଷ୍ଟାଣ୍ଡରୁ ବସ୍‌ ବାହାରୁଛି ସତ, କିନ୍ତୁ ଅଧବାଟରେ ଅଟକିଯାଉଛି। ଫଳରେ ନିୟମିତ ଭାବେ ବସ୍‌ରେ ଯିବାଆସିବା କରୁଥିବା ଯାତ୍ରୀମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହି ଭଳି ଭାବେ ଆନ୍ଦୋଳନ ଜାରି ରହିଥିବା ଜଣା ପଡିଛି।

Leave A Reply

Your email address will not be published.