Odisha Link
Bridging the Missing Links in Odisha

ଆନ୍ଦୋଳନରୁ ଓହରିବାକୁ ଡ୍ରାଇଭରଙ୍କୁ ନିବେଦନ କଲେ ମୁଖ୍ୟ ସଚିବ

। ସରକାର ୩ ମାସ ସୁଦ୍ଧା ସେମାନଙ୍କ ଦାବି ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ଓଏଲ୍‌ ବ୍ୟୁରୋ: ବିଭିନ୍ନ ଦାବି ନେଇ ରାଜ୍ୟରେ ଡ୍ରାଇଭର ସଙ୍ଘ ପକ୍ଷରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରହିଥିଲା। ସରକାର ୩ ମାସ ସୁଦ୍ଧା ସେମାନଙ୍କ ଦାବି ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହା ଜାଣିବା ପରେ ଆଜି ବସ୍‌ ଚଳାଚଳ ସ୍ୱାଭାବିକ ହୋଇଛି। ହେଲେ ଅନେକ ସ୍ଥାନରେ ବର୍ତ୍ତମାନ ସୁଦ୍ଧା ଆନ୍ଦୋଳନ ପରିତ୍ୟାଗ କରିନାହାନ୍ତି ଆନ୍ଦୋଳନକାରୀ। ତେବେ ଆନ୍ଦୋଳନରୁ ଓହରିବାକୁ ଡ୍ରାଇଭରଙ୍କୁ ନିବେଦନ କରିଛନ୍ତି ମୁଖ୍ୟ ସଚିବ। କାଲିର ଆଲୋଚନା ପରେ ବି ଆନ୍ଦୋଳନ କରୁଥିବାରୁ ମୁଖ୍ୟ ସଚିବ ନିବେଦନ କରିଛନ୍ତି ଆନ୍ଦୋଳନକାରୀ ଡ୍ରାଇଭର ମାନଙ୍କୁ।

ଅନ୍ୟପକ୍ଷେ, ଭିଡିଓ ରିଲିଜ୍ ଜରିଆରେ ଡ୍ରାଇଭର ସଂଘ ସଭାପତି ଆନ୍ଦୋଳନକୁ ନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି। ରାଜ୍ୟରେ ଜାରି ରହିବ ଡ୍ରାଇଭର ସଂଘର ଆନ୍ଦୋଳନ। ମୁଖ୍ୟ ସଚିବଙ୍କ ଲିଖିତ ପ୍ରତିଶ୍ରୁତିରେ ଖୁସି ନାହାନ୍ତି ସଂଘ ସଦସ୍ୟ। ସରକାର ଘୋଷଣା ନକରିବା ଯାଏ ଆନ୍ଦୋଳନ ଚାଲୁ ରଖିବୁ ବୋଲି ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେନ୍ଦୁଲିଙ୍କ ସୂଚନା ଦେଇଛନ୍ତି।

ବସ୍‌ ମାଲିକ ସଂଘର ସାଧାରଣ ସମ୍ପାଦକ କହିଛନ୍ତି, ଗତକାଲି ମୁଖ୍ୟ ଶାସନ ସଚିବଙ୍କ ସହ ଡ୍ରାଇଭର ସଂଘର ଆଲୋଚନା ଫଳପ୍ରଦ ହୋଇଥିବା ସୂଚନା ମିଳିଥିଲା। ସରକାର ୩ ମାସ ସୁଦ୍ଧା ସେମାନଙ୍କ ଦାବି ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହା ଜାଣିବା ପରେ ଆଜି ବସ୍‌ ଚଳାଚଳ ସ୍ୱାଭାବିକ ହୋଇଛି।