ମାଟ୍ରିକ ପରୀକ୍ଷା: ପ୍ରଶ୍ନପତ୍ର ତ୍ରୁଟି ହୋଇଥିବା ସ୍ୱୀକାର କଲେ ବୋର୍ଡ ସଭାପତି
ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ତ୍ରୁଟିକୁ ନେଇ ଅଭିଯୋଗ ହୋଇଥିଲା।

ଓଏଲ୍ ବ୍ୟୁରୋ: ରାଜ୍ୟରେ ଜାରି ରହିଛି ମାଟ୍ରିକ ବୋର୍ଡ ପରୀକ୍ଷା। ବର୍ତମାନ ପରୀକ୍ଷା ପାଖାପାଖି ଶେଷ ପର୍ଯ୍ୟାୟରେ ପହଂଚିଥିବାବେଳେ ଏହାରି ମଧ୍ୟରେ ପରୀକ୍ଷାକୁ ନେଇ ଅନେକ ଖବର ସାମ୍ନାକୁ ଆସିଛି। ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଭାଇରଲ ହେବା ସହ ପ୍ରଶ୍ନପତ୍ର ତ୍ରୁଟି ହୋଇଥିବା ମଧ୍ୟ ଜଣା ପଡିଥିଲା। ତେବେ ଏନେଇ ସ୍ୱୀକାର କରିଛି ବୋର୍ଡ।
ଖବର ଅନୁସାରେ, ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ତ୍ରୁଟିକୁ ନେଇ ଅଭିଯୋଗ ହୋଇଥିଲା। ପ୍ରଶ୍ନପତ୍ର ତ୍ରୁଟି ଅଭିଯୋଗକୁ ସ୍ବୀକାର କରିଛି ବୋର୍ଡ। ପ୍ରଶ୍ନପତ୍ର ତ୍ରୁଟି ହୋଇଥିବା ଅଭିଯୋଗ ମାନିବା ସହ ବୋର୍ଡ ସଭାପତି ମୁଦ୍ରଣ ଜନିତ ତ୍ରୁଟିରୁ ଏଭଳି ହୋଇଛି କହିଛନ୍ତି। ଇତିହାସ ଓ ଭୂଗୋଳ ପ୍ରଶ୍ନ ପତ୍ରରେ ଏହି ଭଳି ମୁଦ୍ରଣ ଜନିତ ତ୍ରୁଟି ହୋଇଛି । କ’ଣ ପାଇଁ ତ୍ରୁଟି ହୋଇଛି ଏହା ଉପରେ ତଦନ୍ତ କରାଯିବ। ଏଭଳି ତ୍ରୁଟି ପୁନର୍ବାର ହେବ ନାହିଁ ସୂଚନା ଦେଲେ ବୋର୍ଡ ସଭାପତି ରାମଶିଷ ହାଜରା। କିଛି ସେଣ୍ଟରରେ ଏହି ଭଳି ତ୍ରୁଟି ହୋଇଥିବା କହିଲା ବୋର୍ଡ। ଅଳ୍ପ ଛାତ୍ରଛାତ୍ରୀ ଏଭଳି ପ୍ରଶ୍ନପତ୍ର ପାଇଥିଲେ। ଅନେକ ସ୍ଥାନରୁ ପ୍ରଶ୍ନପତ୍ର ତ୍ରୁଟି ଅଭିଯୋଗ ସାମ୍ନାକୁ ଆସିଥିଲା।