Odisha Link
Bridging the Missing Links in Odisha

ଡିଜେ ଆଜେକ୍ସ ମୃତ୍ୟୁ ଘଟଣା: ସାମ୍ନାକୁ ଆସିଲା ଡିଜିଟାଲ ଏଭିଡେନ୍ସ

ମୃତ୍ୟୁ ପୂର୍ବରୁ ବାନ୍ଧବୀଙ୍କ ସହ ୯୭ ସେକେଣ୍ଡ କଥା ହୋଇଥିଲେ ଡିଜେ ଆଜେକ୍ସ। ପରେ ବାନ୍ଧବୀ ଭିଡିଓ କଲ୍‌ କରିଥିଲେ ବି ଉଠାଇ ନ ଥିଲେ ଆଜେକ୍ସ

ଓଏଲ୍‌ ବ୍ୟୁରୋ: ଡିଜେ ଆଜେକ୍ସ ମୃତ୍ୟୁ ଘଟଣାକୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସିଛି। ପୁଲିସ ତଦନ୍ତ ଜାରି ରଖିଥିବାବେଳେ ଖାରବେଳ ନଗର ଥାନାରେ ସାଇବର ଟିମ୍ ଡିଜିଟାଲ ଏଭିଡେନ୍ସ ଯାଞ୍ଚ କରୁଥିବା ସୂଚନା ମିଳିଛି। ଆଜେକ୍ସ ମୃତ୍ୟୁ ପରେ ଜବତ ହୋଇଥିଲା ବହୁ ଡିଜିଟାଲ ଦସ୍ତାବିଜ୍ ଯାହାକୁ ବର୍ତମାନ ଯାଞ୍ଚ କରୁଛି ପୁଲିସ।

ଅନ୍ୟପଟେ, ଡିଜେ ଆଜେକ୍ସ ଆତ୍ମହତ୍ୟା ଘଟଣାରେ ସାମ୍ନାକୁ ଆସିଛି ନୂଆ ତଥ୍ୟ। ମୃତ୍ୟୁ ପୂର୍ବରୁ ବାନ୍ଧବୀଙ୍କ ସହ ୯୭ ସେକେଣ୍ଡ କଥା ହୋଇଥିଲେ ଡିଜେ ଆଜେକ୍ସ। ପରେ ବାନ୍ଧବୀ ଭିଡିଓ କଲ୍‌ କରିଥିଲେ ବି ଉଠାଇ ନ ଥିଲେ ଆଜେକ୍ସ। ବାନ୍ଧବୀ ଭିଡିଓ କଲ୍‌ ବେଳକୁ ଆଜେକ୍ସ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଆଜେକ୍ସଙ୍କ ମୋବାଇଲ୍‌, ଲାପଟପ ଯାଞ୍ଚ କରିବ ସାଇବର ଟିମ୍‌। ସୋସିଆଲ ମିଡିଆ ମେସେଜ ମଧ୍ୟ ଯାଞ୍ଚ ହେବା ନେଇ ସୂଚନା ମିଳିଛି। ଆଜେକ୍ସଙ୍କ ମେଲ୍‌ ଆଇଡିର ପାସୱାର୍ଡ ମଧ୍ୟ ପୁଲିସ ବଦଳାଇଥିବା ଜଣା ପଡିଛି।

ମିଳିଥିବା ସୂଚନା ଅନୁଯାଇ, ଆଜେକ୍ସଙ୍କ ଏକ ଅଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ କହୁଛନ୍ତି, ଗୋଟେ କଥା କହିବି, ତମେ କହିଥିଲ ନା ସନ ରାଇଜ ହେବ ସନସେଟ ହେବ, ହେଲେ ତୁମକୁ ଜିଜ୍ଞାସା ଆଉ ମିଳିବନି। ଜିଜ୍ଞାସା ତ ରଶ୍ମିର, ସେ ତ ରଶ୍ମିର ରହିଲା, ସେ ଯେଉଁ ଡାଇମଣ୍ଡଟା ରଶ୍ମିର ହିଁ ଥିଲା ଷ୍ଟାଟିଂରୁ। ଗୋଟେ କଥା ମନେ ରଖ, ଯେତେ ବି ସନସେଟ ହେଉ, ସନରାଇଜ ହେଉ ତମକୁ କ’ଣ ଆଉ କାହାକୁ ବି ଡ଼ିଜେ ଆଜେକ୍ସ, ପାଣ୍ଡା,ପାଣ୍ଡୁ, ଖଡ଼ୁସ, କଞ୍ଜୁସ କାହାକୁ ମିଳିବନ।

ଗୋଟେ କଥା ମନେ ରଖ ଖଡ଼ୁସ ନାହିଁ ତା ଲାଇଫ। ଖଡ଼ୁସ ଇଜ ଡେଡ। ୟୋର ଖଡ଼ୁସ ଇଜ ଡେଡ, ମନେ ରଖ। ଯେତେ ସନସେଟ ହେଉ ରାଇଜ ହେଉ ତୁମ କଂଜୁସ ଖଡ଼ୁସ ନାହିଁ ଏ ଦୁନିଆରେ ମନେରଖ। ଗୋଟେ କଥା କହିବି, ମୁଁ ଜାଣିଛି, ଜାଣିଥିଲି ଇଭିନିଂରେ ଯଉ କହିଲ ଆଜି ମୋ ଲାଷ୍ଟ ଡେଟ୍। ୟୁ ଆର ଲିଭିଂ ମିଁ ଆଣ୍ଡ ରହିପାରିବିନି। ମୁଁ ଭାବିଥିିଲି ଆଜି ମୋ ଲାଷ୍ଟ ଡେଟ୍। ଆଇ ଥଟ୍ କି ତମେ ରାତିରେ ଥରେ କଲ କରିବ ମତେ।

ତମେ ଖାଲି ମତେ ୯ ଟା ବେଳେ କଲ୍ କଲ। ଜାଣିଛ ସେବେଠୁ ମୁଁ ତୁମ ରୁମ ପାଖେ ବସିଛି ସେମିତି ଜଗିକି। ଦେଖିଲି ତମେ ଖାଇଲ, ତୁମେ ରୁମ ବାଲକୋନି ଡ଼ୋର ବନ୍ଦ କଲ ୧୧.୧୫ ଆଡ଼କୁ। ଦେନ, ତୁମର ଡିମ ଲାଇଟ ଲଗେଇକି ଶୋଇବାକୁ ଗଲ। ଆଇ ଥଟ୍ କି ମତେ ଥରେ ମିସ କରିବ। ମତେ ଥରେ କଲ କରିବ। ହେଟ କଲ , ତୁମେ ଲାଇଫରେ ଖୁସିରେ ରୁହ। ବହୁତ ପଇସା ଇନକମ କର। ବହୁତ ଇନକମ କର। ବଟ ଗୋଟେ ଜିନିଷ ମନେ ରଖ, ଯେତେ ସନରାଇଜ ହେଉ ସନସେଟ ହେଉ ତୁମ ଖାନଦାନରେ ଯେତିକି ପଇସା ଅଛି ସବୁ ଖର୍ଚ୍ଚ କରିଦେଲେ ବି ନା ଆଜେକ୍ସ ଆଉ ଦେଖିପାରିବ ନାହିଁ।

ଖଡୁସ, କଂଜୁସ ବେବି, ଖଡ଼ୁସ କଂଜୁସ ବେବିକୁ ଆଉ କେବେ ଦେଖିବନି। ମୁଁ ଯାଉଛି ଜିଜ୍ଞାସା, ଯାଉଛି। ମୁଁ ଯାଉଛି। ମୁଁ ସବୁଦିନ ପାଇଁ ଯାଉଛି। ଆଉ କେବେ ଆସିବିନି। ମୁଁ କହିଥିଲି ନା ପଳେଇବି, ତମେ କହିଲ ପଳା। ମୁଁ ସତରେ ପଳୋଇଛି ଆଉ କେବେ ଆସିବିନି। ଆଉ ଜୀବନରେ ମତେ କେବେ ଦେଖିବନି ତୁମେ। ମନେ ରଖିଥା। ମତେ କେବେ ଆଉ ଦେଖିବ ନି। ମୋ ଫଟୋ ଦେଖୁଥିବ ହେଲା। କହୁନ ବି ଏ ଷ୍ଟାର। ଉପରକୁ ଯାଇ ଷ୍ଟାର ହେଇଯିବି ହେଲା। ମୋ ଫଟୋ ଦେଖୁଥିବ। କେବେ ଦେଖିପାରିବନି, ଭଏସ ଶୁଣିପାରିବନି। ମନେ ରଖ ହେଲା। ଯାହା ମୋର ଭିଡ଼ିଓ ଅଛି, ମୋର କଲ ରେକଡ଼ିଂ ସେତିକି ଶୁଣୁଥିବ। ଆଉ କେବେ ମୋ ଭଏସ ଶୁଣିପାରିବ ନାହିଁ। ମୁଁ ଯାଉଛି ,ଆଇ ଲଭ ୟୁ ବାଏ, ଦିସ ଇଜ ମାଇଁ ଲାଷ୍ଟ ମେସେଜ ଆଇ ଲଭ ୟୁ କହିଥିଲେ ଆଜେକ୍ସ।

Leave A Reply

Your email address will not be published.