Odisha Link
Bridging the Missing Links in Odisha

ରାଜ୍ୟରେ ଅପରିବର୍ତ୍ତିତ ରହିଲା ବିଦ୍ୟୁତ ଦର

ଘରୋଇ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିଥିବା ସୂଚନା ମିଳିଛି।

ଓଏଲ୍‌ ବ୍ୟୁରୋ: ବିଦ୍ୟୁତ ଦର ଏବେ ସମସ୍ତ ବିଦ୍ୟୁତ ଉପଭୋକ୍ତାଙ୍କ ଚିନ୍ତାର ବିଷୟ ପାଲଟିଥିବାବେଳେ ଏହାକୁ ନେଇ ଏକ ଖବର ସାମ୍ନାକୁ ଆସିଛି। ରାଜ୍ୟରେ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିଥିବା ସୂଚନା ମିଳିଛି। ବିଦ୍ୟୁତ ଦର ଅପରିବର୍ତ୍ତିତ ରଖିଲେ ଓଇଆରସି। ଘରୋଇ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିଥିବା ସୂଚନା ମିଳିଛି। ପୂର୍ବଭଳି ପ୍ରଥମ ୫୦ ୟୁନିଟ ପାଇଁ ୟୁନିଟ ପିଛା ଦର ୩ ଟଙ୍କା ରହିଥିବା ଜଣା ପଡିଛି।

ଖବର ଅନୁସାରେ, ବିଦ୍ୟୁତ ଦରକୁ ନେଇ ସାଧାରଣ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଖବର ସାମ୍ନାକୁ ଆସିଥିଲା। ତେବେ ପୂର୍ବରୁ ପ୍ରଥମ ୫୦ ୟୁନିଟ ପାଇଁ ୟୁନିଟ ପିଛା ଦର ୩ ଟଙ୍କା ଥିଲା, ପରିବର୍ତନ ହେବ ବୋଲି କୁହାଯାଉଥିଲା। ବର୍ତମାନ ତାହା ଅପରିବର୍ତ୍ତିତ ରହିବ ବୋଲି ଘୋଷଣା କରାଯାଇଛି। ପୂର୍ବରୁ ଘରୋଇ ଉପୋଭୋକ୍ତା ମାନେ ଯେତିକି ବିଦ୍ୟୁତ ଦର ପୈଠ କରୁଥିଲେ, ମିଟର ପିଛା ବର୍ତମାନ ସେତିକି ଦେବେ ବୋଲି ସ୍ଥିର କରିଛି ଓଇଆରସି।

Leave A Reply

Your email address will not be published.