Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମମତା ବାନାର୍ଜୀ

ଶ୍ରୀଜିଉଙ୍କୁ ତୁଳସୀ ଲାଗି କରିବା ପରେ ମନ୍ଦିର ବେଢା ବୁଲିଥିଲେ ମମତା। ପରେ ବେହରଣ ଦ୍ୱାରରୁ ବାହାରି ମୁକ୍ତି ମଣ୍ଡପରେ ମୁଣ୍ଡିଆ ମାରିଥିଲେ।

ଓଏଲ୍‌ ବ୍ୟୁରୋ: ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ୩ ଦିନିଆ ଓଡ଼ିଶା ଗସ୍ତର ଶେଷ ଦିନ ଥିଲା। ଗତକାଲି ଶ୍ରୀମନ୍ଦିର ଯାଇ ମହାବାହୁଙ୍କ ଦର୍ଶନ କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମନ୍ଦିରର ଭିତର କାଠ ନିକଟରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଲୋଡିଥିଲେ। ଶ୍ରୀଜିଉଙ୍କୁ ତୁଳସୀ ଲାଗି କରିବା ପରେ ମନ୍ଦିର ବେଢା ବୁଲିଥିଲେ ମମତା। ପରେ ବେହରଣ ଦ୍ୱାରରୁ ବାହାରି ମୁକ୍ତି ମଣ୍ଡପରେ ମୁଣ୍ଡିଆ ମାରିଥିଲେ।

ଓଡ଼ିଶା ଗସ୍ତର ଅନ୍ତିମ ଦିନରେ ମମତା ବାନାର୍ଜୀ ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ନବୀନ ନିବାସରେ ମମତାଙ୍କୁ ମହାପ୍ରଭୁଙ୍କ ଅଙ୍ଗବସ୍ତ୍ର ଦେଇ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ। ନବୀନ ନିବାସରେ ମମତାଙ୍କୁ ମହାପ୍ରଭୁଙ୍କ ଅଙ୍ଗବସ୍ତ୍ର ଦେଇ ସ୍ୱାଗତ କରିବା ସହ ଛେନାପୋଡ ଖାଇବାକୁ ଦେଇଥିଲେ।

ପୂର୍ବରୁ ଗଣମାଧ୍ୟମକୁ ମମତା ସୂଚନା ଦେଇ କହିଥିଲେ, ହକି ବିଶ୍ୱକପ୍ ସମୟରେ ତାଙ୍କୁ ଓଡ଼ିଶା ଆସିବାକୁ ନବୀନ ନିମନ୍ତ୍ରଣ କରିଥିଲେ। କିନ୍ତୁ ଆସିପାରିନଥିଲି, ହେଲେ ପ୍ରତିଶ୍ରୁତି ଦେଇଥିଲି, ଯେତେବେଳେ ଓଡ଼ିଶା ଆସିବି, ନବୀନଙ୍କୁ ନିଶ୍ଚୟ ଭେଟିବି। ଏହାକୁ ଏକ ସୌଜନ୍ୟମୂଳକ ସାକ୍ଷାତକାର ବୋଲି ମମତା ବାନାର୍ଜୀ କହିଛନ୍ତି। ଏହି ସାକ୍ଷାତ ଉପରେ ରାଜନୈତିକ ସମୀକ୍ଷକମାନଙ୍କ ନଜର ଥିବାବେଳେ ନବୀନଙ୍କ ସହ ଭେଟିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

Leave A Reply

Your email address will not be published.