Odisha Link
Bridging the Missing Links in Odisha

ଅଡ଼ୁଆରେ ମନୀଷ ସିସୋଦିଆ, କୋର୍ଟରେ ଜାମିନ ଆବେଦନ ଖାରଜ

ସିସୋଦିଆ କୋର୍ଟରେ ଜାମିନ ଆବେଦନ କରିଥିଲେ

ଓଏଲ୍‌ ବ୍ୟୁରୋ: ଅଡୁଆରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଡାହାଣହାତ କୁହାଯାଉଥିବା ମନିଷ ସିସୋଦିଆ। ଦିଲ୍ଲୀ ଅବକାରୀ ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ ହୋଇଛି। ସିବିଆଇ ତରଫରୁ ଦାଖଲ କରାଯାଇଥିବା ମାମଲାର ଶୁଣାଣି କରି କୋର୍ଟ ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି।

ଦିଲ୍ଲୀ ଅବକାରୀ ନୀତି ମାମଲାରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିବା ପରେ ସିବିଆଇ ତରଫରୁ ବାରମ୍ବାର ମନୀଷ ସିସୋଦିଆଙ୍କୁ ଜେରା କରିବା ପରେ ଫେବୃଆରୀ ୨୬ ତାରିଖରେ ଗିରଫ କରାଯାଇଥିଲା। ଏହି ମାମଲାରେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କୋର୍ଟରେ ଜାମିନ ଆବେଦନ କରିଥିଲେ। ବର୍ତମାନ ତାଙ୍କ ଜାମିନ ଆବେଦନ ଖାରଜ ହୋଇଥିବା ଜଣା ପଡିଛି।

ଖବର ଅନୁସାରେ, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଏବେ ଇଡି ଓ ସିବିଆଇର ହେପାଜତରେ ରହିଛନ୍ତି ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ତାଙ୍କୁ ଫେବୃଆରୀ ୨୬ ତାରିଖରେ ଗିରଫ କରିଥିଲା ସିବିଆଇ। ଏହାପରେ ଜେଲରେ ତାଙ୍କୁ ଇଡି ଜେରା କରିବା ସହ ପୁଣି ଗିରଫ କରିଥିଲା। ସିସୋଦିଆ କୋର୍ଟରେ ଜାମିନ ଆବେଦନ କରିଥିଲେ।

Leave A Reply

Your email address will not be published.