Odisha Link
Bridging the Missing Links in Odisha

ଓସ୍କାର ବିଜେତା ‘ଦି ଏଲିଫ୍ୟାଣ୍ଟ ହୁଇସ୍‌ପର୍ସ’ର ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କୁ ଭେଟିଲେ ରାଷ୍ଟ୍ରପତି

ପରିବାର ଦୁଇଟି ବାପାମାଆ ଛେଉଣ୍ଡ ହାତୀଛୁଆଙ୍କୁ ପୋଷ୍ୟ କରି ବିରଳ ଉଦାହରଣ ସୃଷ୍ଟି କରିଥିଲେ।

ଓଏଲ୍‌ ବ୍ୟୁରୋ: ଭାରତୀୟ ଚଳଚ୍ଚିତ୍ର ଜଗତରେ ଯୋଡି ହୋଇଛି ଆଉ ଏକ ସ୍ୱର୍ଣ୍ଣିମ ଫର୍ଦ୍ଦ।୯୫ତମ ଓସ୍କାର ପୁରସ୍କାର ଉତ୍ସବରେ ଭାରତୀୟ ଡକ୍ୟୁମେଣ୍ଟାରୀକୁ ପୁରସ୍କାର ମିଳିଥିଲା। ଶ୍ରେଷ୍ଠ ଡକ୍ୟୁମେଣ୍ଟାରି କ୍ଷୁଦ୍ର ଚଳଚ୍ଚିତ୍ର ବର୍ଗରେ ଭାରତୀୟ ଡକ୍ୟୁମେଣ୍ଟାରି ‘ଦି ଏଲିଫ୍ୟାଣ୍ଟ ହୁଇସ୍‌ପର୍ସ’କୁ ମିଳିଥିଲା ଓସ୍କାର ଏବଂ ଯାହାକୁ ନେଇ ଭାରତୀୟଙ୍କ ମନରେ ଖୁସିର ଲହରୀ ଖେଳି ଯାଇଥିଲା। ଓସ୍କାର ପୁରସ୍କାରପ୍ରାପ୍ତ ଡକ୍ୟୁମେଣ୍ଟାରୀ ‘ଦି ଏଲିଫ୍ୟାଣ୍ଟ ହୁଇସ୍‌ପର୍ସ’ର ପ୍ରଯୋଜକ ଗୁନୀତ ମୋଙ୍ଗା ଓ ନିର୍ଦ୍ଦେଶକ କାର୍ତ୍ତିକି ଗୋନ୍‌ସାଲଭେସ୍‌ଙ୍କୁ ଭେଟିଲେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ସୂଚନା ମୁତାବିକ, କାର୍ତିକି ଗନ୍‌ସାଲ୍‌ଭେସ୍‌ ଏବଂ ଗୁନୀତ୍‌ ମୋଙ୍ଗାଙ୍କ ‘ନେଟ୍‌ଫ୍ଲିକ୍ସ୍‌’ କ୍ଷୁଦ୍ର ପ୍ରାମାଣିକ ଛବି ‘ଦି ଏଲିଫ୍ୟାଣ୍ଟ୍‌ ୱିସ୍ପର୍‌ସ’ ଦର୍ଶକ ବେଶ ପ୍ରଶଂସା କରିଛନ୍ତି। ଏହି ଡକ୍ୟୁମେଣ୍ଟାରି ଆୱାର୍ଡ ପାଇବା ପରେ ଭାରତୀୟ ସିନେପ୍ରେମୀଙ୍କ ମନରେ ଆନନ୍ଦର ଖେଳାଇ ଦେଇଥିଲା। ନିର୍ଦେଶକ ଗନ୍‌ସାଲ୍‌ଭେସ୍‌ ଏହି ‘ଓସ୍କାର୍‌’ ପୁରସ୍କାରକୁ ‘ମାତୃଭୂମି ଭାରତ’କୁ ଉତ୍ସର୍ଗ କରିଥିଲେ। ଟୁଇଟ୍‌ ମାଧ୍ୟମରେ ଗୁନୀତ୍‌ ମୋଙ୍ଗା କହିଥିଲେ, ‘‘ପ୍ରଥମ କରି ଭାରତୀୟ ପ୍ରଯୋଜନା କ୍ଷେତ୍ରରେ ଆମେ ଏଇ ମାତ୍ର ‘ଓସ୍କାର୍‌’ ପାଇଲୁ। ଦୁଇଜଣ ମହିଳାଙ୍କଦ୍ବାରା ଏହା ସମ୍ଭବପର ହୋଇଛି।’’

‘ଦି ଏଲିଫ୍ୟାଣ୍ଟ ହୁଇସ୍‌ପର୍ସ’ ଅଚିନ୍‌ ଜୈନ୍‌ ଏବଂ ଗୁନୀତ୍‌ ମୋଙ୍ଗାଙ୍କଦ୍ବାରା ପ୍ରଯୋଜିତ ଓ କାର୍ତିକି ଗନ୍‌ସାଲ୍‌ଭେସ୍‌ଙ୍କ ଦ୍ବାରା ନିର୍ଦେଶିତ ୪୧ ମିନିଟ୍‌ର କ୍ଷୁଦ୍ର ବୃତ୍ତଚିତ୍ରଟି ତାମିଲନାଡୁର ମୁଦୁମଲାଇ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳର ଏକ ପରିବାର ଉପରେ ପର୍ଯ୍ୟବସିତ। ଏହି ପରିବାର ଦୁଇଟି ବାପାମାଆ ଛେଉଣ୍ଡ ହାତୀଛୁଆଙ୍କୁ ପୋଷ୍ୟ କରି ବିରଳ ଉଦାହରଣ ସୃଷ୍ଟି କରିଥିଲେ। ଭାରତର ଏହି ସଂକ୍ଷିପ୍ତ ବୃତ୍ତଚିତ୍ରଟି ଗନ୍‌ସାଲ୍‌ଭେସ୍‌ଙ୍କଦ୍ବାରା ପ୍ରଥମ ନିର୍ଦେଶିତ ଚଳଚ୍ଚିତ୍ର। ତେବେ ଚଳିତ ବର୍ଷ ‘ଓସ୍କାର’ରେ ଭାରତୀୟ ସିନେମା ‘ବେଷ୍ଟ୍‌ ଅରିଜିନାଲ୍‌ ସଙ୍ଗ୍‌’ ନାଟୁ ନାଟୁ ଏବଂ ‘ବେଷ୍ଟ୍‌ ଡକ୍ୟୁମେଣ୍ଟାରି ସର୍ଟ’ କାର୍ତିକି ଗନ୍‌ସାଲ୍‌ଭେସ୍‌ଙ୍କଦ୍ବାରା ନିର୍ଦେଶିତ ‘ଦି ଏଲିଫ୍ୟାଣ୍ଟ ହୁଇସ୍‌ପର୍ସ’ ଆୱାର୍ଡ ପାଇବା ଭାରତୀୟଙ୍କ ପାଇଁ ଗର୍ବ ଏବଂ ଗୌରବ ଆଣିଦେଇଛି।

Leave A Reply

Your email address will not be published.