Odisha Link
Bridging the Missing Links in Odisha

ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର +୨ ବାଣିଜ୍ୟ ବିଭାଗର ଛାତ୍ର ନୀତିନ ଦାସଙ୍କ ମିଳୁନି ପତ୍ତା

ଆଜି ସକାଳ ପ୍ରାୟ ୬ଟାରୁ ସେ ଟ୍ୟୁସନ ଯିବାକୁ କହି ଘରୁ ବାହାରିଥିଲେ।

ଓଏଲ୍‌ ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ଅଙ୍ଗରଖ ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ବାଣିଜ୍ୟ ବିଭାଗରେ ପଢ଼ୁଥିବା ଜଣେ ଛାତ୍ର ନିଖୋଜ ହୋଇଥିବା ଜଣା ପଡିଛି। ନିଖୋଜ ନାବାଳକଙ୍କ ନାମ ନିତିନ ଦାସ। ଆଜି ସକାଳ ପ୍ରାୟ ୬ଟାରୁ ସେ ଟ୍ୟୁସନ ଯିବାକୁ କହି ଘରୁ ବାହାରିଥିଲେ। ପରେ ସେ ଘରକୁ ଫେରିନଥିଲେ। ନାବାଳକ ନୀତିନଙ୍କ ବଡ ଭାଇ ଆଲୋକ ଦାସ ଓ ପିତା ସୁଶୀଲ କୁମାର ଦାସ ଅନେକ ଖୋଜା ଖୋଜି ପରେ ନିରାଶ ହୋଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଖବର ଅନୁସାରେ, ଆଜି ସକାଳ ପ୍ରାୟ ୬ଟାରୁ ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ବାଣିଜ୍ୟ ବିଭାଗରେ ପଢ଼ୁଥିବା ଛାତ୍ର ନୀତିନ କୁମାର ଟ୍ୟୁସନ ଯିବାକୁ କହି ଘରୁ ବାହାରିଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ତାଙ୍କ ସାଇକେଲ ପମ୍ପଚର ହୋଇଯିବାରୁ ଗୋଟେ ଦୋକାନରେ ସାଇକେଲ ସଜାଡ଼ିବାକୁ ଥୋଇ ଚାଲି ଚାଲି ଟ୍ୟୁସନ ଯାଇଥିଲେ। ଟ୍ୟୁସନ ସମୟ ଅତିବାହିତ ହେଲା ପରେ ତାଙ୍କ ଘର ଲୋକ ଖୋଜା ଖୋଜି କରିଥିଲେ, ହେଲେ ନିରାଶ ହୋଇ ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ।

ପରିବାର ଲୋକେ ଖୋଜି ଖୋଜି ନପାଇବାରୁ ସୋସିଆଲ ମିଡ଼ିଆ ମାଧ୍ୟମରେ ନୀତିନଙ୍କୁ ଖୋଜିବାରେ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି। ପୁଲିସ ବର୍ତମାନ ସୁଦ୍ଧା ଖୋଜି ପାଇନଥିବା ଜଣା ପଡିଛି। ଏତେ ସମୟ ପରେ ମଧ୍ୟ ନିଜକୁ ନୀତିନଙ୍କୁ ପୁଲିସ ଖୋଜିବାରେ ସଫଳ ହୋଇନାହିଁ। ନୀତିନ ନିଖୋଜ ହେଵା ପରେ ପୁରା ପରିବାରରେ ଦୁଃଖର ଛାୟା ଖେଳିଯାଇଥିବାବେଳେ ତାଙ୍କ ମା ପୁଅକୁ ଅପହରଣ କରାଯାଇଥିବା କହୁଥିବା ଜଣା ପଡିଛି। ତେବେ ନୀତିନଙ୍କ ନିଖୋଜ ପଛରେ କିଛି କାରଣ ରହିଛି ନା ତାଙ୍କୁ ଅପହରଣ କରାଯାଇଛି ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି।

Leave A Reply

Your email address will not be published.