Odisha Link
Bridging the Missing Links in Odisha

ଅଡୁଆରେ ସିସୋଦିଆ, ବୃଦ୍ଧି ହେଲା ହେପାଜତ ଅବଧି

ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ।

ଓଏଲ୍‌ ବ୍ୟୁରୋ: ଅଡୁଆରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଡାହାଣହାତ କୁହାଯାଉଥିବା ମନିଷ ସିସୋଦିଆ। ଦିଲ୍ଲୀ ଅବକାରୀ ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିଚାର ବିଭାଗୀୟ ହେପାଜତ ଅବଧିକୁ ଆଉ ୨ ସପ୍ତାହ ବଢ଼ାଇଛନ୍ତି ଦିଲ୍ଲୀ କୋର୍ଟ। ସିସୋଦିଆଙ୍କ ବିଚାର ବିଭାଗୀୟ ହେପାଜତ ଅବଧି ବଢାଇବା ଲାଗି ସିବିଆଇ ତାଙ୍କୁ କୋର୍ଟରେ ହାଜର କରିଥିଲା।

ଦିଲ୍ଲୀ ମଦ ନୀତି ମାମଲାରେ ଅଧିକ ଜେରାର ଆବଶ୍ୟକ ଥିବାରୁ ତାଙ୍କୁ ଆଉ ୨ ସପ୍ତାହ ଲାଗି ରିମାଣ୍ଡ ଅବଧି ବଢ଼ାଇବା ଲାଗି କୋର୍ଟ ନିକଟରେ ସିବିଆଇ ପକ୍ଷରୁ ଆବେଦନ କରାଯାଇଥିଲା। ଆବେଦନର ଶୁଣାଣି କରି କୋର୍ଟ ସିସୋଦିଆଙ୍କ ଅବଧିକୁ ଏପ୍ରିଲ ୧୭ ଯାଏ ବଢ଼ାଇଛନ୍ତି।

ଖବର ଅନୁସାରେ, ପୂର୍ବରୁ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା। ସିବିଆଇ ତରଫରୁ ଦାଖଲ କରାଯାଇଥିବା ମାମଲାର ଶୁଣାଣି କରି କୋର୍ଟ ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି। ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ।

ଦିଲ୍ଲୀ ଅବକାରୀ ନୀତି ମାମଲାରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିବା ପରେ ସିବିଆଇ ତରଫରୁ ବାରମ୍ବାର ମନୀଷ ସିସୋଦିଆଙ୍କୁ ଜେରା କରିବା ପରେ ଫେବୃଆରୀ ୨୬ ତାରିଖରେ ଗିରଫ କରାଯାଇଥିଲା। ଏହି ମାମଲାରେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କୋର୍ଟରେ ଜାମିନ ଆବେଦନ କରିଥିଲେ। ହେଲେ ତାଙ୍କୁ ବର୍ତ୍ତମାନ ସୁଦ୍ଧା ଜାମିନ ମିଳିପାରିନାହିଁ।

 ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଏବେ ଇଡି ଓ ସିବିଆଇର ହେପାଜତରେ ରହିଛନ୍ତି ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ତାଙ୍କୁ ଫେବୃଆରୀ ୨୬ ତାରିଖରେ ଗିରଫ କରିଥିଲା ସିବିଆଇ। ଏହାପରେ ଜେଲରେ ତାଙ୍କୁ ଇଡି ଜେରା କରିବା ସହ ପୁଣି ଗିରଫ କରିଥିଲା। ସିସୋଦିଆ କୋର୍ଟରେ ଜାମିନ ଆବେଦନ କରିଥିଲେ।

Leave A Reply

Your email address will not be published.