ଚାକିରି ଦେବାକୁ କହି ୨ଶହ ଆଶାୟୀଙ୍କୁ ଠକେଇ, ସମ୍ପୃକ୍ତ ୨ ଅଭିଯୁକ୍ତ ଗିରଫ
ଦୁଇ ଅଭିଯୁକ୍ତଙ୍କଠାରୁ ବହୁ ଫେକ୍ ସରକାରୀ ଡକୁମେଣ୍ଟ, ନିଯୁକ୍ତି ପତ୍ର, ଲୋକସେବା ଭବନର ଜଏନିଂ ଲେଟର ଓ ସିଲ୍ ଜବତ ହୋଇଥିବା ଜଣା ପଡିଛି।

ଓଏଲ୍ ବ୍ୟୁରୋ: ନକଲି ସାର୍ଟିଫିକେଟ ଘଟଣାକୁ ନେଇ ବିବାଦ ଲାଗି ରହିଥିବାବେଳେ ୨ଶହ ଆଶାୟୀ ଠକେଇ ହୋଇଥିବା ଖବର ସାମ୍ନାକୁ ଆସିଛି। ଚାକିରି ଦେବାକୁ କହି ୨ଶହ ଆଶାୟୀଙ୍କୁ ଠକିଛନ୍ତି ଦୁଇ ଅଭିଯୁକ୍ତ। ସମ୍ପୃକ୍ତ ୨ ଅଭିଯୁକ୍ତ ହେଲେ ରାଜକିଶୋର ପଟ୍ଟନାୟକ ଓ ଅରୁଣ ମହାନ୍ତି। ଦୁଇ ଅଭିଯୁକ୍ତଙ୍କଠାରୁ ବହୁ ଫେକ୍ ସରକାରୀ ଡକୁମେଣ୍ଟ, ନିଯୁକ୍ତି ପତ୍ର, ଲୋକସେବା ଭବନର ଜଏନିଂ ଲେଟର ଓ ସିଲ୍ ଜବତ ହୋଇଥିବା ଜଣା ପଡିଛି।
ଚାକିରୀ କରିବା ପାଇଁ ଆଶାୟୀ ପ୍ରାର୍ଥୀ ମାନଙ୍କୁ ପିଅନ, କିରାଣି, ଆଗ୍ନିକ, ସୁରକ୍ଷା କର୍ମୀ ଚାକିରି ଦେବାକୁ କହି ଠକୁଥିଲେ ଦୁଇ ଅଭିଯୁକ୍ତ। ତେବେ ଏନେଇ ଅଭିଯୋଗ ହେବା ପରେ ଠକେଇ କରୁଥିବା ଦୁଇ ଅଭିଯୁକ୍ତ ରାଜକିଶୋର ପଟ୍ଟନାୟକ ଓ ଅରୁଣ ମହାନ୍ତିଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।