Odisha Link
Bridging the Missing Links in Odisha

ଏଣିକି ଓଡ଼ିଆରେ ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ମିଳିବ ବିଲ୍‌

ନୟାଗଡ଼: ଏଣିକି ରାଜ୍ୟର ସବୁ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନାମଫଳକ ବାଧ୍ୟତାମୂଳକ ଭାବେ ରହିବ । ଏନେଇ ଖବର ପ୍ରସାରଣ ମଧ୍ୟ ହୋଇଛି। ଏସବୁ ମଧ୍ୟରେ ଓଡ଼ିଆରେ ମଧ୍ୟ ବିଦ୍ୟୁତ୍‌ ବିଲ୍‌ ପାଇବେ ଉପଭୋକ୍ତା । ଏଭଳି ଏକ ପଦକ୍ଷେପ ନେଇଛି ଟିପିସିଓଡିଏଲ୍ ନୟାଗଡ଼ ବିଦ୍ୟୁତ୍‌ ଡିଭିଜନ l ଏହି ଜିଲ୍ଲାର ଉପଭୋକ୍ତାଙ୍କୁ ଓଡ଼ିଆ ଭାଷାରେ ବିଲ୍‌ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି l ଆସନ୍ତା ମାସରୁ ଜିଲ୍ଲାର ସମସ୍ତ ଗ୍ରାହକଙ୍କୁ ଏହି ସୁବିଧା ମିଳିବ ବୋଲି ଟିପିସିଓଡିଏଲ୍ ପକ୍ଷରୁ କୁହାଯାଇଛି।

ଏହାପୂର୍ବରୁ ମଧ୍ୟ ନୟାଗଡ଼ ବଦ୍ୟୁତ ଡିଭିଜନ ପକ୍ଷରୁ ଓଡ଼ିଆରେ ବିଲ୍‌ ପ୍ରଦାନ କରାଯାଇଥିଲା। ହେଲେ କିଛି ତ୍ରୁଟି କାରଣରୁ ତାହା ବନ୍ଦ ଡିଭିଜନ ପକ୍ଷରୁ ବନ୍ଦ କରାଯାଇଥିଲା।ହେଲେ ପୁଣି ଥରେ ନୟାଗଡ଼ ବିଦ୍ୟୁତ ଡିଭିଜନ ପକ୍ଷରୁ ଗ୍ରାହକଙ୍କୁ ଓଡିଆରେ ବିଲ୍‌ ପ୍ରଦାନ କରାଯିବ।

ଟିପିସିଓଡିଏଲ୍‌ର ନୟାଗଡ଼ ବିଦ୍ୟୁତ ଡିଭିଜନ ମ୍ୟାନେଜର କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ସବୁବେଳେ ମାନି ଆସୁଛୁ। ରାଜ୍ୟ ସରକାର ଓଡ଼ିଆ ଭାଷା ବ୍ୟବହାରକୁ ପ୍ରାଧାନ୍ୟ ଦେଉଥିବାରୁ ଆମେ ବି ଏହାକୁ ଗୁରୁତ୍ୱ ଦେଉଛୁ। ଏପରିକି ବିଦ୍ୟୁତ୍‌ କାଟ ନେଇ ସୂଚନା ବି ଓଡ଼ିଆ ଭାଷାରେ ଦିଆଯିବା ବ୍ୟବସ୍ଥା କରାଯାଉଛି ବୋଲି ସେ କହିଛନ୍ତି ।