Odisha Link
Bridging the Missing Links in Odisha

ତାତିରୁ ମିଳିବ ମୁକ୍ତି, ରାଜ୍ୟର କିଛି ଜିଲ୍ଲାରେ ବର୍ଷା ହେବାର ଆଶଙ୍କା

ଆଜି ଓ କାଲି କିଛି ଜିଲ୍ଲାରେ ବର୍ଷା ସହ ପବନ ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି।

ଓଏଲ୍‌ ବ୍ୟୁରୋ: ରାଜ୍ୟରେ କିଛି ଜିଲ୍ଲାରେ ତାପମାତ୍ରା ଏତେ ବଢିଯାଇଛି ଯେ ଲୋକେ ତାତିରେ ଘରୁ ବାହାରିବାକୁ ଭୟ କରୁଛନ୍ତି। ତେବେ ଆସନ୍ତା ୨ ଦିନ ଧରି କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିବ ବୋଲି କୁହାଯାଉଛି। ଆଜି ଓ କାଲି କିଛି ଜିଲ୍ଲାରେ ବର୍ଷା ସହ ପବନ ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଅଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ, କାଳବୈଶାଖୀ ପ୍ରଭାବରେ ଆଜି ରାଜ୍ୟର କିଛି ଜିଲ୍ଲାରେ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି। ସେହି ଜିଲ୍ଲା ଗୁଡ଼ିକ ହେଲା ନୂଆପଡ଼ା, ବଲାଙ୍ଗିର, ଝାରସୁଗୁଡ଼ା, ସମ୍ବଲପୂର, ସୋନପୁର, ବରଗଡ଼, ଢ଼େଙ୍କାନାଳ,ବାଲେଶ୍ୱର, ଯାଜପୁର ଓ ଭଦ୍ରକ। ସେହିପରି ସୁନ୍ଦରଗଡ଼, ଅନୁଗୋଳ, ଦେବଗଡ଼, ବୌଦ୍ଧ ଓ ମୟୂରଭଞ୍ଜ ଜିଲ୍ଲାରେ ୪୦ରୁ ୫୦ କିମି ବେଗରେ ପବନ ବୋହିବା ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଥିବା କୁହାଯାଉଛି।

Leave A Reply

Your email address will not be published.