Odisha Link
Bridging the Missing Links in Odisha

ନାବାଳକ ସମର୍ଥ ଅଗ୍ରୱାଲ ହତ୍ୟା ଘଟଣା: ଭାଇରାଲ ହେଲା ଅପହରଣକର୍ତ୍ତାଙ୍କ ହତ୍ୟା ଧମକ ଅଡିଓ

୯୦ ଲକ୍ଷ ଟଙ୍କା ନେଇ ହାୱଡା ଟ୍ରେନରେ ବସିବାକୁ ଧମକ ଦେଇଥିଲେ ଅପହରଣକାରୀ।

ଓଏଲ୍‌ ବ୍ୟୁରୋ: ଟଙ୍କା ଲୋଭରେ ମଣିଷ ସାଜିଲା ନର ରାକ୍ଷସ। ୯୦ଲକ୍ଷ ଟଙ୍କା ପାଇଁ ଝାରସୁଗୁଡ଼ାରେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଥିଲା। ଜଣେ ନାବାଳକକୁ ଟଙ୍କା ଲୋଭରେ ଅପହରଣ କରାଯାଇଥିଲା। ନାବାଳକକୁ ପ୍ରଥମେ ଝାରସୁଗୁଡ଼ାରୁ ଅପହରଣ କରିଥିଲେ ଦୁର୍ବୁତ୍ତ। ପରେ ବରଗଡ଼ରେ ନାବାଳକଙ୍କୁ ହତ୍ୟା କରି ପୋଡ଼ିଦେଇଥିବା ସୂଚନା ମିଳିଥିଲା। ତେବେ ଅପହରଣକାରୀଙ୍କ ଏକ ଅଡିଓ ସାମ୍ନାକୁ ଆସିଛି।

ଝାରସୁଗୁଡାର ବହୁଚର୍ଚ୍ଚିତ ସମର୍ଥ ଅଗ୍ରୱାଲଙ୍କୁ ଅପହରଣ ପରେ ଧମକ ଦେବାର ଅଡିଓ ଭାଇରାଲ ହେବାର ଲାଗିଛି। ୯୦ ଲକ୍ଷ ଟଙ୍କା ନେଇ ହାୱଡା ଟ୍ରେନରେ ବସିବାକୁ ଧମକ ଦେଇଥିଲେ ଅପହରଣକାରୀ। ପୁଅ ସମର୍ଥର ମୁଣ୍ଡ ଜାମିନ ରଖି ବାପା ସୁନୀତ ଅଗ୍ରୱାଲଙ୍କୁ ମାଗିଥିଲେ ଟଙ୍କା। ସମର୍ଥଙ୍କ ବାପା ସୁନୀତ ଅଗ୍ରୱାଲଙ୍କୁ ଅପହରଣକର୍ତ୍ତା ଫୋନ୍ କରି ଧମକ ଦେବା ସହ ୯୦ଲକ୍ଷ ଟଙ୍କା ମାଗିବାର ଅଡିଓ ଭାଇରାଲ ହେଉଛି।

ଭାଇରାଲ ହେଉଥିବା ଅଡିଓ ଅନୁସାରେ, ୯୦ଳକ୍ଷ ଟଙ୍କା ଦେବା ପାଇଁ ସେ ସକ୍ଷମ ନୁହଁନ୍ତି ଏବଂ ସେ ସବୁ ପ୍ରକାର ପ୍ରୟାସ କରିବେ ବୋଲି ବାପା ସୁନୀତ ଅଗ୍ରୱାଲ ନେହୁରା ହେଉଛନ୍ତି। ସେହିପରି ତାଙ୍କ ପୁଅ ସମର୍ଥଙ୍କୁ ଭଲସେ ରଖିବାକୁ ଗୁହାରୀ କରିଛନ୍ତି ସୁନୀତ। ଏହାପରେ ଆଉ ଥରେ ଫୋନ୍ କରି ଅପହରଣ କଥା ସମସ୍ତଙ୍କୁ କହି ବୁଲୁଥିବା ନେଇ ସମର୍ଥଙ୍କ ବାପା ସୁନୀତଙ୍କୁ ଧମକ ଦେଇଥିଲେ ଅପହରଣକାରୀ।

ସୂଚନା ଅନୁସାରେ, ଏହି ଅଡିଓ ସମର୍ଥଙ୍କୁ ହତ୍ୟା କରିବାର ଅଡିଓ। କାରଣ ସମର୍ଥଙ୍କୁ ଅପହରଣ କରିବା ପରେ ଅପହରଣକାରୀ ଅମିତ ଶର୍ମା ୫୦ଲକ୍ଷ ଟଙ୍କା ଦାବି କରିଥିଲା।ଗତ ୨୭ରେ ଜଣେ ବ୍ୟବସାୟୀଙ୍କ ପୁଅକୁ ଅପହରଣ ଅଭିଯୋଗ ହୋଇଥିବା ସାମ୍ନାକୁ ଆସିଥିଲା। ୫୦ଲକ୍ଷ ପାଇଁ ନାବାଳକକୁ ଅପହରଣ କରିବା ପରେ ଦୁର୍ବୁତ୍ତ ମାନେ ନାବାଳକ ସମର୍ଥ ଅଗ୍ରୱାଲଙ୍କୁ ହତ୍ୟା କରିଥିଲେ। ତେବେ ଏହି ଘଟଣାର ଅଭିଯୋଗ କ୍ରମେ ମାମଲାର ତଦନ୍ତ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ଝାରସୁଗୁଡ଼ା ପୁଲିସ।

Leave A Reply

Your email address will not be published.