ଗିରଫ ହେଲେ ସଲମାନଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି
ସଲମାନ ଖାନଙ୍କ ଇ-ମେଲ ଯୋଗେ ହତ୍ୟା ଧମକ ଆସିଥିଲା।

ଓଏଲ୍ ବ୍ୟୁରୋ: ବଲିଉଡ ଜଗତର ଲୋକପ୍ରିୟ ଅଭିନେତା ସଲମାନ ଖାନଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଥିଲା। ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ଧମକ ପରେ ଧମକ ମିଳିବାରେ ଲାଗିଛି। କେହି ଜଣେ ଫୋନ କରି ସଲମାନଙ୍କୁ ହତ୍ୟା ଧମକ ଦେଇଛି। ତେବେ ଏହି କଲଟି ସଲମାନ ଖାନଙ୍କ ପାଖକୁ ନୁହେଁ ବରଂ ମୁମ୍ବାଇ ପୁଲିସ୍ କଣ୍ଟ୍ରୋଲ ରୁମକୁ ଆସିଥିଲା। ପରେ ଧମକ ଦେଇଥିବା ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି।
ପୂର୍ବରୁ, ଅଭିନେତା ସଲମାନ ଖାନଙ୍କୁ ହତ୍ୟା ଧମକ ଆସିଥିବା ଜଣା ପଡିଥିଲା। ସଲମାନ ଖାନଙ୍କ ଇ-ମେଲ ଯୋଗେ ହତ୍ୟା ଧମକ ଆସିଥିଲା। ଏହି ହତ୍ୟା ଧମକ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ତରଫରୁ ଇ-ମେଲ ଆସିଥିଲା। ତେବେ ଏନେଇ ସଲମନଙ୍କ ଟିମ ପକ୍ଷରୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ବିରୋଧରେ ମୁମ୍ବାଇର ବାନ୍ଦ୍ରା ଥାନାରେ ଅଭିଯୋଗ କରାଯାଇଥିଲା। ଇ-ମେଲ୍ରେ ହତ୍ୟା ଧମକ ମିଳିବା ପରେ ସୁରକ୍ଷା କଡ଼ାକଡ଼ି ହୋଇଥିଲା।
ସୂଚନା ଅନୁସାରେ, ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ପଞ୍ଜାବର ପରିଚିତ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଏବେ ଜେଲରେ ଅଛି। ତେବେ କିଛି ଦିନ ତଳେ ଲରେନ୍ସ ବିଷ୍ଣୋଇ ସଲମାନଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲା। ଏବେ ସଲମାନଙ୍କୁ ମାରିବା ପାଇଁ ଠିକ୍ ସମୟ ନୁହେଁ। ଯେଉଁଦିନ ତାଙ୍କର ସୁରକ୍ଷା ହଟିବ ସେଦିନ ତାଙ୍କର ଶେଷ ଦିନ ହେବ ବୋଲି କହିଥିଲା ଲରେନ୍ସ ବିଷ୍ଣୋଇ। ସେ ଆହୁରି ମଧ୍ୟ କହିଥିଲା, ସିଦ୍ଧୁ ମୁସେୱାଲାଙ୍କ ଭଳି ସଲମନ ଅହଙ୍କାରୀ।